୩ ମାସରେ ଟଳିଲେଣି ୫୦ ମାଓବାଦୀ

୩ ମାସରେ ଟଳିଲେଣି ୫୦ ମାଓବାଦୀ

ଦେଶକୁ ମାଓମୁକ୍ତ କରିବାକୁ ଅପରେସନ ‘କଗାର’ କୁ ଜୋରଦାର କରିଛନ୍ତି ଯବାନ । ଏହି ଅପରେସନ ଜରିଆରେ ୩ ମାସରେ ଟଳିଲେଣି ୫୦ ମାଓବାଦୀ । ଗତ ୧୫ ଦିନ ମଧ୍ୟରେ ହିଁ ଯବାନଙ୍କ ଏନକାଉଣ୍ଟରରେ ୨୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏପରିକି ୩ ମାସରେ ୫୦ ମାଓବାଦୀଙ୍କ ମୃତ୍ୟୁକୁ ମାଓ ସଂଗଠନ ମଧ୍ୟ ସ୍ୱୀକାର କରିଛି । ଦେଶର ବିଭିନ୍ନ ମାଓପ୍ରବଣ ରାଜ୍ୟରେ ଏହି ଅପରେସନ ଚାଲିଥିବା ବେଳେ ବିଶେଷ କରି ଓଡ଼ିଶା ଛତିଶଗଡ଼ ସୀମାରେ ସବୁଠୁ ଅଧିକ ଏନକାଉଣ୍ଟର ହୋଇଛି । ଯାହାକୁ ବିରୋଧ କରି ବନ୍ଦ ଡାକରା ଦେଇଛି ମାଓବାଦୀଙ୍କ ରିଜନାଲ ବ୍ୟୁରୋ । ଏହି ଅପରେସନ ପ୍ରତିବାଦରେ ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ଓ ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଛି । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ସେପଟେ ମାଓବାଦୀଙ୍କ ବନ୍ଦ ଡାକରା ପରେ ସଜାଗ ହୋଇଛନ୍ତି ଯବାନ ଓ ପୋଲିସ । କମ୍ବିଂ ଅପରେସନ ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *