ଦେହରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ୍

ଦେହରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ୍

ଅଭିନୟ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରିଲା ପୋଲିସ୍ । ମାଲକାନଗିରି ଚିତ୍ରକୋଣ୍ଡା ଥାନା ପୋଲିସ୍ ୩ ଜଣ ଯୁବକଙ୍କୁ ବାନ୍ଧିଥିବା ସୂଚନା ମିଳିଛିା ଦେହରେ ସେଲୋଟେପ୍ ଲଗାଇ ସ୍ୱତନ୍ତ୍ର ପ୍ୟାକେଟ୍ କରି ଗଞ୍ଜେଇ ଚାଲାଣ କରୁଥିବା ବେଳେ ୩ ଜଣଙ୍କୁ ପୋଲିସ୍ ଗିରଫ କରିଛି । ଏହି ଯୁବକମାନେ ଏକ ସ୍ୱତନ୍ତ୍ର ପ୍ୟାକେଟ୍ ପ୍ରସ୍ତୁତ କରି ନିଜ ଦେହରେ ଗଞ୍ଜେଇ ବାନ୍ଧି ରଖିଥିଲେ ।ଦେହରେ ୩୮ କେଜି ଗଞ୍ଜେଇ ବାନ୍ଧି ବସକୁ ଅପେକ୍ଷା କରିଥିଲେ । ମାଲକାନଗିରି ଚିତ୍ରକୋଣ୍ଡା ଥାନାର ପାଟ୍ରୋଲିଂ ଭ୍ୟାନ୍ ଦେଖି ଦୌଡ଼ି ପଳାଉଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ କାବୁ କରିଥିଲା । ପଚରାଉଚରା ପରେ ଚିତ୍ରକୋଣ୍ଡା ଅଞ୍ଚଳର ଅନ୍ୟ ଜଣେ ସାଥୀଙ୍କୁ ବି ପୋଲିସ ଗିରଫ କରିଛି।

author

Related Articles

Leave a Reply

Your email address will not be published. Required fields are marked *