ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ପ୍ରତିଶ୍ରୁତି

ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ପ୍ରତିଶ୍ରୁତି

ସମ୍ୱଲପୁର ଲୋକସଭାରୁ ଲଢିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ତାଙ୍କୁ ସମ୍ୱଲପୁର ଲୋକସଭାରୁ ପ୍ରାର୍ଥୀ କରାଇଛି । ପ୍ରାର୍ଥୀ ପାଇଁ ନିଜ ନାମ ଘୋଷଣା ହେବା ପରେ ନିଜର ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ୱଲପୁର ଲୋକସଭାକୁ ନିଜ ଅକ୍ତିଆରକୁ ନେବା ପାଇଁ ସେ ତେୟାର ହେଉଛନ୍ତି। ଭୋଟ ପାଇବା ଆଳରେ ଭୋଟରକୁ ଦେଉଛନ୍ତି ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା । ଦେବଗଡ ନିର୍ବାଚନୀ ସଭାରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଏମଏସପିରେ ଧାନ କ୍ୱିଟାଲ ପିଛା ୩୧ ଶହ ଟଙ୍କା ହେବ । ପଡୋଶୀ ରାଜ୍ୟରେ ଏହି ଦର ୨୧ ଶହ ୮୦ ଟଙ୍କା ରହିଛି । କିନ୍ତୁ କେନ୍ଦ୍ର ଓ ଓଡିଶାରେ ବିଜେପି କ୍ଷମତାକୁ ଆସିଲେ ଧାନର ଏମଏସପି ପଡୋଶୀ ରାଜ୍ୟ ତୁଳନାରେ ପାଖାପାଖି ହଜାରେ ଟଙ୍କା ଅଧିକ ରହିବ ବୋଲି ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଘୋଷଣା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *