ଅନୁଗୁଳରେ ରିପିଟ ହେବେ କି ରଜନୀକାନ୍ତ ସିଂ ?

ଅନୁଗୁଳରେ ରିପିଟ ହେବେ କି ରଜନୀକାନ୍ତ ସିଂ ?

ରାଜ୍ୟରେ ବାଜି ସାରିଛି ନିର୍ବାଚନର ବିଗୁଲ । ଅଙ୍କକଶୁଚନ୍ତି ତିନି ରାଜନୈତିକ ଦଳ । ବିଜେଡିର ଆଉ ବଳକା ପ୍ରାର୍ଥୀ ଘୋଷଣା କେବେ ହେବ ସେ ନେଇ ବଢୁଛି ଦ୍ୱନ୍ଦ । କାହାକୁ ମିଳିବ ଏବଂ କାହାର କଟିବ ଚାହିଁ ରହିଛନ୍ତି ଆଶାୟୀ । ଏହାରି ଭିତରେ ଅନୁଗୁଳରୁ କିଏ ପାଇବ ବିଜେଡି ଟିକେଟ । ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ ନାଁ ଆଉ କାହାକୁ ମିଳିବ ଟିକେଟ୍ । ଏହାକୁ ନେଇ ଟେନସନରେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ । ଆଜି ଭୁବନେଶ୍ୱରରେ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ରଜନୀକାନ୍ତ ସିଂ କହିଛନ୍ତି, ମୁଖ୍ୟ ବିରୋଧୀ ଦଳ ବିଜେପି ଟିକେଟ୍ ଘୋଷଣା କରିସାରିଥିବା ବେଳେ ବିଜେଡି ଏଯାଏଁ ଅନୁଗୁଳ ପାଇଁ ଟିକେଟ୍ ଦେଇନାହିଁ । ଏବଂ ସେ ଟିକେଟ ଆଶାୟୀ ରହିଛନ୍ତି । ଖୁବଶୀଘ୍ର ଟିକେଟ ଘୋଷଣା ହେଲେ ସେ ପ୍ରଚାର ମଇଦାନକୁ ଓହ୍ଲାଇବେ ।

author

Related Articles

Leave a Reply

Your email address will not be published. Required fields are marked *