ଆଜିଠୁ ଆରମ୍ଭ ମା’ ତାରା ତାରିଣୀଙ୍କ ଚଇତି ପର୍ବ

ଆଜିଠୁ ଆରମ୍ଭ ମା’ ତାରା ତାରିଣୀଙ୍କ ଚଇତି ପର୍ବ

ଆଜିଠୁ ଆରମ୍ଭ ମା’ ତାରା ତାରିଣୀଙ୍କ ଚଇତି ପର୍ବ । କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଆଜିଠୁ ଏହି ପର୍ବ ଆରମ୍ଭ ହୋଇଛି । ଆଜିଠାରୁ ପଣା ସଂକ୍ରାନ୍ତି ଯାଏଁ ଏହି ଉତ୍ସବ ଧୁମଧାମରେ ପାଳନ କରାଯିବ । ଆଜିର ଦିନରେ ମା’ଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ମା’ଙ୍କ ପୀଠକୁ ଭକ୍ତଙ୍କ ସୁଅ ଛୁଟୁଛି । ଏହି ପର୍ବ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ଦୀର୍ଘ ୮୮ ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି । ବାର୍ଷିକ ଉତ୍ସବରେ ମାଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଇତି ପର୍ବ ଅବସରରେ ବିଭିନ୍ନ ଅଂଚଳର ଶ୍ରଦ୍ଧାଳୁଙ୍କ ସହଯୋଗରେ ମଗଣାରେ ୭ଦିନ ଧରି ଅନ୍ନ ପ୍ରସାଦ ବଣ୍ଟନ କରାଯାଏ ।

author

Related Articles

Leave a Reply

Your email address will not be published. Required fields are marked *