ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ..

ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ..

ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସର ସମ୍ମାନ ହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ।କମିଶନରେଟ ପୋଲିସର କୌଣସି ଅଧିକାରୀ ମୁହଁ, ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ । ଯଦି କୌଣସି ପୋଲିସ ଅଧିକାରୀ ଟାଟୁ କରିଛନ୍ତି ତେବେ ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ । ଟାଟୁ ନ ଲିଭାଇଲେ ଡିପାର୍ଟମେଂଟାଲ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି ।ଫିଟନେସକୁ ନେଇ ମଧ୍ୟ ଜାରି କରିଥିଲା ନିୟମ । ଫିଟ ନରହିଲେ ଦରମା ନବଢିବା ସହ ୩ମାସ ଭିତରେ ସେମାନଙ୍କ ଫିଟନେସ ରିର୍ପୋଟ ଦେବାକୁ କୁହାଯାଇଥିଲା । ନିୟମକୁ ନେଇ ସବୁବେଳେ ଚର୍ଚାରେ ରହିଥାନ୍ତି କମିଶନରେଟ ପୋଲିସ କିନ୍ତୁ କେତେଦୂର ଫଳପ୍ରଦ ହୁଏ ତାହା ବତ୍ତମାନ ସବୁଠୁ ବଡ ପ୍ରଶ୍ନ ।

author

Related Articles

Leave a Reply

Your email address will not be published. Required fields are marked *