ଝାରସୁଗୁଡାରେ ପ୍ରାର୍ଥୀଙ୍କ ପାୱାର ସୋ’

ଝାରସୁଗୁଡାରେ ପ୍ରାର୍ଥୀଙ୍କ ପାୱାର ସୋ’

ନିର୍ବାଚନ ପାଇଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଜୋରସୋରରେ ପ୍ରଚାର ଜମୁଛି । ବିଭିନ୍ନ ସ୍ଥାନରେ ପ୍ରଚାର ଜମୁଥିବା ବେଳେ ଝାରସୁଗୁଡାରେ ମଧ୍ୟ ଉଭୟ ବିଜେଡି ଏବଂ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଥମେ ବିଜେଡି ପକ୍ଷରୁ ସରବାହାଲ ହାଇସ୍କୁଲ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ଯାଏଁ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ବିଜେଡିର ବରଗଡ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର, ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ରାଲିରେ ଉପସ୍ଥିତ ଥିଲେ । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ ରାଲି ସହର ପରିକ୍ରମା କରିଥିଲା । ପରେ ଏକ ଶୋଭାଯାତ୍ରା ସତସଙ୍ଗ ଭବନରୁ ବାହାରି କାଳୀମନ୍ଦିର ପର‌୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ବାଦ୍ୟ ଓ ନୃତ୍ୟ ଦଳ ସାମିଲ ହୋଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *