ଜହ୍ନରୁ ମାଟି ଆଣିବ ଚନ୍ଦ୍ରଯାନ-୪

ଜହ୍ନରୁ ମାଟି ଆଣିବ ଚନ୍ଦ୍ରଯାନ-୪

ଭାରତୀୟ ଗବେଷଣା କେନ୍ଦ୍ର ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଚନ୍ଦ୍ରଯାନ-୪କୁ ନେଇ ଆସିଛି ଏକ ବଡ ଖବର । ଭାରତର ଚତୁର୍ଥ ମୁନ୍ ମିଶନରେ ଜହ୍ନରୁ ମାଟି ଓ ପଥର ନମୁନା ସଂଗ୍ରହ କରି ପୃଥିବୀକୁ ଆଣିବ ବୋଲି ଇସ୍ରୋ ସୂଚନା ଦେଇଛି । ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି ଯେ, ୨୦୪୦ ମସିହାରେ ଭାରତୀୟ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହାକୁ ସଫଳ କରିବା ପାଇଁ ହେଲେ, ଆମକୁ ନିରନ୍ତର ବିଭିନ୍ନ ଧରଣର ଅଭିଯାନ କରିବାକୁ ପଡ଼ିବ। ସେ ଦିଗରେ ପ୍ରଥମ ପଦକ୍ଷେପ ହେବ ଚନ୍ଦ୍ରଯାନ -୪, ଯେଉଁଥିରେ ମହାକାଶଯାନକୁ ଚନ୍ଦ୍ରକୁ ପଠାଯିବ ଏବଂ ସେଠାରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଅଣାଯିବ । ଏଥିପାଇଁ ବର୍ତ୍ତମାନ ଗବେଷଣା ଜାରି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *