ବିଜେଡି ଛାଡିଲେ ଆଉ ଜଣେ ନେତା

ବିଜେଡି ଛାଡିଲେ ଆଉ ଜଣେ ନେତା

ବିଜେଡି ଛାଡିଲେ ଆଉ ଜଣେ ନେତା । ଆଜି ନବୀନଙ୍କ ହାତ ଛାଡି ଦଳରୁ ଇସ୍ତଫା ଦେଇଛନ୍ତି ଗଞ୍ଜାମ କବିସୂର୍ଯ୍ୟନଗରର ବିଜେଡି ନେତା ସୀତରାମ ପାଣିଗ୍ରାହୀ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ପାଣିଗ୍ରାହୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଥିଲେ । ୨୦୧୪ ମସିହାରେ ସୀତାରାମ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ।
ପରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ବର୍ତ୍ତମାନ କିନ୍ତୁ ସେ ପୁଣିଥରେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ସୀତାରାମ ପାଣିଗ୍ରାହୀ । ଅନ୍ୟପଟେ ନିର୍ବାଚନ ତାତି ମଧ୍ୟରେ ନବୀନ ନିବାସରେ ଭିଡ଼ ଜମାଇଛନ୍ତି ଟିକେଟ ଘୋଷଣା ହୋଇନଥିବା ଆସନର ଆଶାୟୀ ପ୍ରାର୍ଥୀ ।

author

Related Articles

Leave a Reply

Your email address will not be published. Required fields are marked *