ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ପ୍ରାର୍ଥୀ ତାଲିକା !

ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ପ୍ରାର୍ଥୀ ତାଲିକା !

ଆଜି ଆସିବ ବିଜେପିର ବଳକା ପ୍ରାର୍ଥୀ ତାଲିକା । ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ବାକି ଥିବା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ବାକି ଥିବା ୩୫ଟି ବିଧାନସଭା ଆସନ ମଧ୍ୟରୁ ୨୦ଟି ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ଏହା ସହ ଆସନ୍ତା ୨୦ ତାରିଖ ପୂର୍ବରୁ ଅନ୍ୟ ସିଟ ଗୁଡିକରେ ପ୍ରାର୍ଥୀ ଘୋଷଣା ହେବ ବୋଲି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର । ସେ ଆଜି ରାଉରକେଲା ଗସ୍ତରେ ଆସିଥିବା ବେଳେ ଆଜି ଦିନ ସାରା ସୁନ୍ଦରଗଡ ଜିଲ୍ଲାର ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ମଣ୍ଡଳ ସଭାପତିଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତେବେ ରାଜ୍ୟରେ ପ୍ରଥମ ଦଳ ଭାବରେ ବିଜେପି ଟିକେଟ୍ ଘୋଷଣା କରିଥିଲା । ଦୁଇଟି ପର୍ଯ୍ୟାୟରେ ୨୧ ଲୋକସଭା ଏବଂ ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଏହା ପରେ ମଧ୍ୟ ଆହୁରି ୩୫ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନି ।

author

Related Articles

Leave a Reply

Your email address will not be published. Required fields are marked *