ଶଙ୍ଖ ଗଡରେ ପଦ୍ମ ଫୁଟାଇବେ ଆଶ୍ରିତ !

ଶଙ୍ଖ ଗଡରେ ପଦ୍ମ ଫୁଟାଇବେ ଆଶ୍ରିତ !

ନିର୍ବାଚନ ଯେତିକି ପାଖଉଛି ରାଜ୍ୟରେ ଦଳ ଡିଆଁ ପର୍ବ ମଧ୍ୟ ସେତିକି ବଢୁଛି । ବିଜେଡିର ଗଡ ଥିବା ପୁରୀ ଜିଲ୍ଲାର ପିପିଲି ନିର୍ବାଚନ ମଣ୍ଡଳୀରେ ଫୁଟିପାରେ ପଦ୍ମ । ହଁ ଦର୍ଶକବନ୍ଧୁ ପିପିଲି ବିଧାନସଭା ଆସନରୁ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କୁ ଟିକେଟ ଦେଇଛି । ତାଙ୍କ ପାଇଁ ଜିଲ୍ଲାରେ ବିଜେପି ସୃଦୁଢ ହେବାରେ ଲାଗିଛି । ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି ଗଣ୍ଡା ଗଣ୍ଡା ନେତା । ଉପନିର୍ବାଚନରେ ରୁଦ୍ର ମହାରଥୀଙ୍କୁ ଟକ୍କର ଦେଇଥିଲେ ଆଶ୍ରିତ । କିନ୍ତୁ ପରାଜୟ ସ୍ୱୀକାର କରିଥିଲେ । କିନ୍ତୁ ଏଥର ସାଧାରଣ ନିର୍ବାଚନରେ ବିଜୟର ଟିକା ପିନ୍ଧିବା ଆଶାରେ ଆଶ୍ରିତ । ପ୍ରଦୀପ ମହାରଥୀଙ୍କ ପରେ ତାଙ୍କ ପୁଅ ରୁଦ୍ର ମହାରଥୀ ଉପନିର୍ବାଚନ ଜରିଆରେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ଏବଂ ଜିତିଥିଲେ ମଧ୍ୟ । ଆଗାମୀ ନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପି ସେହି ଦୁଇ ନେତାଙ୍କୁ ପୁଣିଥରେ ମଇଦାନକୁ ଆଣିଛି ।

ଗୋଟିଏ ପଟେ ବିଜେଡିରୁ ରୁଦ୍ର ମହାରଥୀ ଅନ୍ୟପଟେ ବିଜେପିରୁ ଆଶ୍ରିତ ପଟ୍ଟନାୟକ । ଦୁହିଁଙ୍କ ମଧ୍ୟରେ ହେବ ଜୋରଦାର ଟକ୍କର । ରୁଦ୍ରଙ୍କୁ ହରାଇବା ପାଇଁ ଗେମ ପ୍ଲାନ କରୁଛି ବିରୋଧି । ଶଙ୍ଖ ଗଡରେ ପଦ୍ମ ଫୁଟାଇବେ ଆଶ୍ରିତ । ତାଙ୍କ କ୍ରେଜ ବଢୁଥିବା ବେଳେ ଛାନିଆ ହେଲେଣି ବିଜେଡି ପ୍ରାର୍ଥୀ । ବିଜେଡିର ଗଡ ହେଲେ କଣ ହେବ ଏବେ ଯେଉଁ ଭଳି ବିଧାୟକଠୁ ସାଂସଦ ମାନେ ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି ତାହାକୁ ନେଇ ବେଶି ଚିନ୍ତାରେ ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଉପନିର୍ବାଚନରେ ଟିକେଟ ମିଳିଲା ଆଉ ଭୋଟ ମଧ୍ୟ ମିଳିଲା । କିନ୍ତୁ ଆଗାମୀ ନିର୍ବାଚନ ପାଇଁ ଟିକେଟ ମିଳିସାରିଛି ହେଲେ ଭୋଟ ମିଳିବ କି ନାହିଁ ତାହା ତ ସମୟ କହିବ । ପିପିଲି ଗଡରେ ଶଙ୍ଖକୁ ମାତ ଦେଇ ପଦ୍ମ ଫୁଟାଇବେ କି ଆଶ୍ରିତ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *