ପୁଣି କଲବଲ କରିବ ତାତି । ଗତ କିଛି ଦିନ ଧରି ଥଣ୍ଡା ଏବଂ କୋହଲା ପାଗ ପରେ ଆଜି ଠାରୁ ପୁଣି ତାତି ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ । ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ । ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୪ ତାରିଖ ବେଳକୁ ପାଖାପାଖି ୧୧ ଜିଲ୍ଲାରେ ଉଷ୍ଣ ଆର୍ଦ୍ର ପାଣିପାଗ ସ୍ଥିତି ରହିବ । ସେହିପରି ୧୫ ତାରିଖରେ ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବାର ସମ୍ଭାବନା ଥିବାରୁ ସତର୍କ କରାଇଛି ପାଣିପାଗ ବିଭାଗ ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024