ଆଜି ଜନ୍ମ ହୋଇଥିଲା ରାଜଧାନୀ ଭୁବନେଶ୍ୱର

ଆଜି ଜନ୍ମ ହୋଇଥିଲା ରାଜଧାନୀ ଭୁବନେଶ୍ୱର

ଆମ ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରର ରହିଛି ଅନେକ ଇତିହାସ । 1948 ମସିହା ଏପ୍ରିଲ 13 ତାରିଖରେ ଓଡିଶାର ରାଜଧାନୀ ହୋଇଥିଲା ଭୁବନେଶ୍ୱର । ଏଣୁ ଆଜି ହେଉଛି ରାଜଧାନୀ ଭୁବନେଶ୍ୱରର 76ତମ ପ୍ରତିଷ୍ଠା ଦିବସ । ରାଜଧାନୀ ହେବା ପରେ ସେବେଠାରୁ ଆଜିର ଦିନକୁ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇଥାଏ । ୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବା ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀ ସ୍ଥପତି ଅଟୋକଏନ୍ସ ବର୍ଗର । ୧୯୪୮ ଏପ୍ରିଲ ୧୩ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନ କରାଯାଇଥିଲା । ଓଡ଼ିଶା ବିଧାନ ସୌଧ ନିକଟରେ ଥିବା ଏହି ଫଳକରେ ଆଜି ପୁଷ୍ପମାଲ୍ୟ ଅର୍ପଣ ସହ ପତାକା ଉତୋଳନ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *