ରାଜ୍ୟରେ ପୁଣି ଉପରମୁହାଁ ପାରଦ

ରାଜ୍ୟରେ ପୁଣି ଉପରମୁହାଁ ପାରଦ

ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଉଛି ତାପମାତ୍ରା । ଆଗକୁ ଆହୁରି କଲବଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୫ ଦିନ ଭିତରେ ତାପମାତ୍ରା ୫ରୁ ୭ ଡିଗ୍ରୀ ବଢିବା ନେଇ ସମ୍ଭାବନା ରହିଛି । ଉପକୂଳ ଓଡିଶାର ଜଗତସିଂହପୁର, ଗଞ୍ଜାମ ଭଳି ଜିଲ୍ଲାରେ ଗୁଳୁଗୁଳି ଅଧିକ ହେବ ବୋଲି ସୂଚନା ରହିଛି ।


ଗତକାଲି ଚାନ୍ଦବାଲିରେ ୩୮.୫ ଡିଗ୍ରୀ, ବାଲେଶ୍ୱରରେ ୩୭.୨ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୮.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେହିଭଳି ଗୋପାଳପୁରରେ ୩୪.୬, କେନ୍ଦୁଝରରେ ତାପମାତ୍ରା ୩୪.୫ ଡିଗ୍ରୀ ରହିଛି । ଝାରସୁଗୁଡ଼ା, ରାଉରକେଲାରେ ୩୬ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ସେପଟେ ଆସନ୍ତା ୫ ଦିନ ଭିତରେ ପୁଣି ଖରା ୬ରୁ ୮ ଡିଗ୍ରୀ ପର‌୍ୟ୍ୟନ୍ତ ପାରଦ ବଢ଼ିବା ନେଇ ସୂଚନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *