ନବୀନ ନିବାସରେ କଟକ କସରତ

ନବୀନ ନିବାସରେ କଟକ କସରତ

ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏବେ ବି ସମସ୍ତ ଦଳରେ ଟିକେଟ୍ କସରତ ଲାଗି ରହିଛି । ଏହି କ୍ରମରେ ଆଜି ନବୀନ ନିବାସରେ କଟକ ବାରବାଟୀ ଟିକେଟ୍ ପାଇଁ ବୈଠକ ଅନୁଷ୍ଠିତ ହୋଇଛି । ଏଥିପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ନେତା ଆଶୀର୍ବାଦ ବେହେରା ଏବଂ ସଞ୍ଜୟ ବେହେରାଙ୍କ ସହ ୧୫ କର୍ପୋରେଟର । ଏମାନଙ୍କ ସହ ଏକାଧିକ ସମର୍ଥକ ମଧ୍ୟ ନବୀନ ନିବାସରେ ଉପସ୍ଥିତ ଅଛନ୍ତି । କଟକ-ବାରବାଟୀ ପାଇଁ ଦାବିଦାର ଥିଲେ ସଂଜୟ ବେହେରା । କଟକ-ବାରବାଟୀ ପାଇଁ ଦଳ ପ୍ରକାଶ ବେହେର୍ରାୁ ପ୍ରାର୍ଥୀ କରିଛି । ଏହା ପରେ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବିରୋଧ କରି ସଞ୍ଜୟଙ୍କ ସମର୍ଥକ ନବୀନ ନିବାସ ଆସିଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *