ବିଜେପିରେ ବଢୁଛି ବିଦ୍ରୋହ !

ବିଜେପିରେ ବଢୁଛି ବିଦ୍ରୋହ !

ବିଜେଡି ଭଳି ବିଜେପିରେ ମଧ୍ୟ ବଢୁଛି ଗୋଷ୍ଠୀ କନ୍ଦଳ । ହଁ ଦର୍ଶକବନ୍ଧୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଦେଖାଦେଇଛି ଅସନ୍ତୋଷ । ଜଣକୁ ଟିକେଟ ଦେବେ କହି ଆଉ ଜଣକୁ ସେହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଇବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି । ଯାଜପୁର ଧର୍ମଶାଳାରେ ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ବିଦ୍ରୋହ ଦେଖାଦେଇଛି । ଏହି ଆସନରେ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଛି ଦଳ । କିନ୍ତୁ ଆଶାୟୀ ଥିବା ହିମାଂଶୁ ଶେଖର ସାହୁ ଟିକେଟ ପରିବର୍ତନ ପାଇଁ ଆଶା ରଖିଥିବା ବେଳେ ପରିବର୍ତନ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଜେପିର ନୀତି, ବିଚାରଧାରା, ଲୋକଙ୍କ ଭଲପାଇବା ଏବଂ ମାଟିର ସମ୍ମାନ ପାଇଁ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *