ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ

ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ

ପାଖେଲାଣି ନାମାଙ୍କନ ପତ୍ର ଦାଖଲ ସରିନି ଦଳ ମାନଙ୍କ ପ୍ରାର୍ଥୀ ଘୋଷଣା । ଅନ୍ୟପଟେ ବିଜେଡି ଛାଡି ବିଜେପିରେ ମିଶୁଛନ୍ତି ନେତା ମନ୍ତ୍ରୀ । ଦଳ ଡିଆଁ ପର୍ବ ଚାଲିଛି । ବିଜେପିରେ ମିଶିଛନ୍ତି ପୂର୍ବତନ ମହିଳା କମିଶନ ଅଧକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ କିଛିଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଚର୍ଚ୍ଚା ହେଉଛି ଟିକେଟ ନ ମିଳିବାରୁ ସେ ଦଳ ଛାଡିଥିଲେ ଏବଂ ଏବେ ସେ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହ ବିଜେଡି ଛାଡି ନୂଆପଡ଼ାର ବହୁ ଯୁବ ନେତା ବିଜେପିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡାଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ ।

author

Related Articles

Leave a Reply

Your email address will not be published. Required fields are marked *