ଦୀପାଳିଙ୍କ ହାତରୁ ଖସିବ କି ବାପାଙ୍କ ଗଡ ?

ଦୀପାଳିଙ୍କ ହାତରୁ ଖସିବ କି ବାପାଙ୍କ ଗଡ ?

ବାପାଙ୍କ ଅନ୍ତେ, ବାପାଙ୍କ ଗଡ ରଖିବାକୁ ମଇଦାନକୁ ଓହ୍ଲାଇଥିଲେ ଦୀପାଳି ଦାସ । ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଉପନିର୍ବାଚନ ଜରିଆରେ ରାଜନୀତିରେ ଏଣ୍ଟ୍ରି କରିଥିଲେ । ପ୍ରଥମ ଥରରେ ହିଁ ଜିତିଥିଲେ ଝାରସୁଗୁଡା ବାସୀଙ୍କ ମନ । ବିଜେପିରୁ ତାଙ୍କୁ ଟକ୍କର ଦେଇଥିଲେ ଟଙ୍କଧର ତ୍ରିପାଠୀ । ଉପନିର୍ବାଚନରେ ଟଙ୍କଧରଙ୍କୁ ହରାଇ ଦୀପାଳି ବିଜୟର ଟିକା ପିନ୍ଧିଥିଲେ । ତେବେ ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ସେହି ଦୁଇ ନେତାଙ୍କୁ ପୁଣିଥରେ ରିପିଟ କରାଇଛି । ଦୁହିଁଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ । ପ୍ରାର୍ଥୀ ନାମ ଘୋଷଣା ହେବା ପରେ ଜୋର ଧରିଲାଣି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପ୍ରଚାର । ଶଙ୍ଖ ଗଡରେ ପଦ୍ମ ଫୁଟାଇବା ପାଇଁ ଜୋର ଜମୁଛି ବିଜେପି ନେତାଙ୍କ ପ୍ରଚାର । ଦୀପାଳି ଦାସ ମଧ୍ୟ ନିଜ ବାପାଙ୍କ ନାମ ନେଇ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ କଣ ହେବ ଝାରସୁଗୁଡାର ରାଜନୈତିକ ଗଣିତ ।

author

Related Articles

Leave a Reply

Your email address will not be published. Required fields are marked *