ବିଜେଡି ଛାଡିଲେ ଦୁଇ ପୂର୍ବତନ ବିଧାୟକ

ବିଜେଡି ଛାଡିଲେ ଦୁଇ ପୂର୍ବତନ ବିଧାୟକ

ଗଞ୍ଜାମରେ ବିଜେଡିର ସଂଗଠନ ଦିନକୁ ଦିନ ଦୁର୍ବଳ ହୋଇପଡୁଛି । ଦଳର ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ କରି ଦୁଇ ଜଣ ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ ଏବଂ ହରିହର ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ସହ ଅନେକ ପୂର୍ବତନ ନିର୍ବାଚିତ ଜନପ୍ରତିନିଧି ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ନେତାମାନେ ଆଜି ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।
ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମର ଦୁଇଜଣ ପୂର୍ବତନ ବିଧାୟକ ଆଜି ବିଜେଡି ଛାଡ଼ିଛନ୍ତି । ସାଂଗଠନିକ ପରିଚାଳନା ଓ ଟିକେଟ ବଂଟନରେ ମନମୁଖୀ କାର୍ଯ୍ୟକୁ ନେଇ କ୍ଷୁବ୍ଧ ଏହି ଦୁଇ ବିଧାୟକ ସେମାନଙ୍କର ଇସ୍ତଫା ପତ୍ରକୁ ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *