କଂଗ୍ରେସରୁ ବିଦା ହେଲେ ସୁର

କଂଗ୍ରେସରୁ ବିଦା ହେଲେ ସୁର

ପୁଅ ପାଇଁ ପ୍ରଚାର କରିବା ପଡିଲା ମହାଙ୍ଗା । ହଁ ଦର୍ଶକବନ୍ଧୁ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ କରିଛି । ନିର୍ଦ୍ଦେଶନାମା ଜାରି କରି 6 ବର୍ଷ ପାଇଁ ଏହି ବରିଷ୍ଠ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ୨୦୧୯ରେ ଯେତେବେଳେ ଦେଶରେ ମୋଦୀ ଓ ରାଜ୍ୟରେ ନବୀନ ଲହର ଚାଲିଥିଲା ସେତେବେଳେ ଜଟଣୀରେ କଂଗ୍ରେସର ବିଜୟବାନା ଉଡାଇଥିଲେ ସୁର ।

ବୟସାଧିକ କାରଣରୁ ଚଳିତ ନିର୍ବାଚନ ଲଢିବେ ନାହିଁ ବୋଲି ବହୁ ଆଗରୁ ଘୋଷଣା କରିଥିଲେ ଏହି ୬ ଥରର ବିଧାୟକ । ଏବଂ ନିଜ ପୁଅ ନିର୍ବାଚନ ଲଢିବେ ବୋଲି କହିଥିଲେ ହେଲେ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେବା ଓ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ ହେବା ସୁରଙ୍କ ଅଡୁଆ ବଢାଇ ଦେଇଥିଲା । ତେଣୁ ନିଜ ପୁଅ ପାଇଁ ପ୍ରଚାର କରିବା ଓ ଦଳରେ ବିଶୃଙ୍ଖଳା ବଢାଇବା କାରଣରୁ ତାଙ୍କୁ ଦଳରୁ 6ବର୍ଷ ପାଇଁ ବାହାର କରିଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *