ଜଳ ବନ୍ଦୀ ଦୁବାଇ ସହର ବର୍ଷାର ତାଣ୍ଡବରେ ଭାସୁଛି ଦାମୀ ଗାଡି….

ଜଳ ବନ୍ଦୀ ଦୁବାଇ ସହର ବର୍ଷାର ତାଣ୍ଡବରେ ଭାସୁଛି ଦାମୀ ଗାଡି….

ବୁଡ଼ିଲା କାର । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇର ଏହି ସହର କଥା ଆସିଲେ ମରୁଭୂମିର କଥା ଆସିଯାଏ । ହେଲେ ଏଠାରେ ବି ଦେଖାଦେଇଛି ବନ୍ୟା ପରିସ୍ଥିିତି ।ଦୁବାଇର ବିଭିନ୍ନ ଜାଗାରେ ପାଣି ଜମି ରହିବା ଫଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଦୁବାଇ ବିମାନବନ୍ଦରର ଚଳାଚଳକୁ ମଧ୍ୟ କିଛି ସମୟ ପାଇଁ ରଦ୍ଦ କରିଦିଆଯାଇଥିଲା । ଗୋଟିଏ ଦିନରେ ଏଠାରେ ୧୨୦ ମିଲିମିଟର ବର୍ଷା ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ଗୋଟିଏ ବର୍ଷରେ ହାରାହାରି ଏତିକି ବର୍ଷା ହିଁ ହୋଇଥାଏ । ୟୁଏଇରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ସରକାରୀ କର୍ମଚାରୀମାରେ ପ୍ରାୟତଃ ଏବେ ଘରୁ କାମ କରୁଛନ୍ତି । ତେବେ ରାସ୍ତାରେ ବନ୍ୟା ଜଳ ନିଷ୍କାସନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ପମ୍ପ ଓ ଟ୍ୟାଙ୍କର ଟ୍ରକ୍ ଯୋଗୁଁ ଜଳ ନିଷ୍କାସନ ପାଇଁ ଚେଷ୍ଟା କରାଯାଉଛି । ପଡ଼ୋଶୀ ଦେଶ ଓମାନରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଗତ କିଛି ଦିନରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *