ଆହୁରି ଜାଳିବ ତାତି

ଆହୁରି ଜାଳିବ ତାତି

ଅସମ୍ଭାଳ ହେଉଛି ତାତି । ଦିନ ସହ ରାତିରେ ବି ଅସହ୍ୟ ଗରମ ହେଉଛି । ଉଷ୍ମ ଓ ଆର୍ଦ୍ର ପାଣିପାଗ ପାଇଁ ସ୍ଥିତି ସଙ୍ଗୀନ ହୋଇଛି । ଏପ୍ରିଲ ମାସରେ ସ୍ୱାଭାବିକ ଭାବେ ୧ରୁ ୩ ଦିନ ଗ୍ରୀଷ୍ମ ପ୍ରବାହ ହୋଇଥାଏ । କିନ୍ତୁ ମଙ୍ଗଳବାର ସୁଦ୍ଧା ୩ ଦିନ ଦ୍ରୀଷ୍ମ ପ୍ରବାହ ହୋଇସାରିଥିବା ବେଳେ ଆହୁରି ୫ ଦିନ ଗ୍ରୀଷ୍ମପ୍ରବାହ ହେବ ବୋଲି ଆକଳନ କରାଯାଇଛି । ଏବଂ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୨୦ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବନି ବୋଲି ସୂଚନା ମିଳିଛି । ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ତାପମାତ୍ରା ବଢିପାରେ । ୧୮, ୧୯ ତାରିଖରେ ଅଧିକ ଗ୍ରୀଷ୍ମପ୍ରବାହ ପାଇଁ ଚେତାବନୀ ଦିଆଯାଇଛି । ଭବାନୀପାଟଣା, ବଲାଙ୍ଗିର , ଟିଟଲାଗଡ, ନୟାଗଡ, ଝାରୁସୁଗୁଡା. ଅନୁଗୁଳ, ବୌଦ୍ଧ ଓ ମାଲକାନଗିରିରେ ପାରଦ ୪୫ ଡିଗ୍ରୀ ଛୁଇଁପାରେ । ଏଥିପାଇଁ ଗ୍ରୀଷ୍ମପ୍ରବାହ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର ଚେତାବନୀ ଅନୁସାରେ, ଏଥର ଏପ୍ରିଲ ମାସରେ ସର୍ବାଧିକ ଦିନ ଗ୍ରୀଷ୍ମପ୍ରବାହ ହେବ । ତେବେ ୨୧, ୨୨ ତାରିଖ ବେଳକୁ ପାଣିପାଗରେ ପରିବର୍ତ୍ତନ ଘଟିବା ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *