ତିନି ଦିନ ପର୍ଯ୍ୟନ୍ତ ସ୍କୁଲ ଛୁଟି

ତିନି ଦିନ ପର୍ଯ୍ୟନ୍ତ ସ୍କୁଲ ଛୁଟି

ରାଜ୍ୟରେ ଅସହ୍ୟ ହେଉଛି ତାତି । ସକାଳ 8ଟାରୁ ଘରୁ ବାହାରିବା ମୁସକ୍ଲିଲ ହୋଇପଡୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ତିନି ଦିନ ପାଇଁ ରାଜ୍ୟର ସବୁ ସ୍କୁଲ ବନ୍ଦ । ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ 18ରୁ 20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାବେଳେ ଏଭଳି ସ୍ଥିତି ଆସନ୍ତା ୩ ଦିନ ଧରି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏପରିକି ଏକାଧିକ ଜିଲ୍ଲାରେ ତାପମାତ୍ରା ୪୦ ଉପରେ ରହିବ ଏପରିକି ୪୫ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଉଛି । ଏଣୁ କରି ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

author

Related Articles

Leave a Reply

Your email address will not be published. Required fields are marked *