ପୁଅ ପାଇଁ ଅଡୁଆରେ ପଡିଲେ ବିଜୟ ମହାପାତ୍ର !

ପୁଅ ପାଇଁ ଅଡୁଆରେ ପଡିଲେ ବିଜୟ ମହାପାତ୍ର !

ନିର୍ବାଚନ ପାଇଁ ରାଜ୍ୟରେ ବୋହୁଛି ନିର୍ବାଚନୀ ତାତି । ତାତି ବଢିବା ସାଙ୍ଗକୁ ଦିନକୁ ଦିନ ରାଜ୍ୟ ରାଜନୀତିର ଚିତ୍ର ମଧ୍ୟ ବଦଳୁଛି । ଖାସ କରି ରାଜ୍ୟର ଭେଟେରାନ ନେତାମାନେ ପୁତ୍ର ମୋହରେ ଅନ୍ଧ ହୋଇ ଦଶନ୍ଧି ଦଶନ୍ଧି ଧରି ଜାବୁଡି ରଖିଥିବା ନିଜର ନୀତି, ଆଦର୍ଶ, ଆଭିମୁଖ୍ୟକୁ ପାଦରେ ଆଡେଇ ଦେଉଛନ୍ତି । ଏହି ଲିଷ୍ଟରେ ପ୍ରଥମେ ଓଡିଶା କଂଗ୍ରେସର ଭେଟେରାନ ନେତା ସୁର ରାଉତରାୟଙ୍କ ନାଁ ଆସୁଥିବା ବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ସୁରଙ୍କ ଭଳି ସେ ମଧ୍ୟ ନିଜ ପୁଅ ଅରବିନ୍ଦଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏପରିକି ନିଜ ସମର୍ଥକଙ୍କୁ ପୁଅକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ଯାହା ପରେ ବିଜୟଙ୍କୁ ନେଇ ବିଜେପିରେ ଅଡୁଆ ବଢିଛି । ତେବେ ଦେଖାଯାଉ ବିଜୟଙ୍କ ବିରୁଦ୍ଧରେ ବିଜେପି କେଉଁ ଆକ୍ସନ ନେଉଛି ନା ସୁରଙ୍କ ଭଳି ସେ ଦଳରୁ ବିଦା ହେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *