କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କୁ ଭବ୍ୟ ସ୍ବାଗତ

କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କୁ ଭବ୍ୟ ସ୍ବାଗତ

ପାଖେଇ ଆସୁଛି ସାଧାରଣ ନିର୍ବାଚନ।ତେଣୁ ସବୁ ରାଜନୈତିକ ଦଳ ଲଢ଼େଇ ପାଇଁ ନିଜକୁ ପ୍ରସ୍ତୁତ କରି ସାରିଲେଣି।ଏହି ଅବସରରେ ବାଇକ୍ ଶୋଭାଯାତ୍ରା ସହ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକଙ୍କୁ ଭଞ୍ଜନଗର କଂଗ୍ରେସ ପକ୍ଷରୁ ବୁଧବାର ଭବ୍ୟ ସ୍ବାଗତ ସମ୍ବଦ୍ଧନା
ପ୍ରଦାନ କରାଯାଇଛି। ସାଂସଦ ପ୍ରାର୍ଥୀ ଶ୍ରୀ ନାୟକ ଭଞ୍ଜନଗରରେ ପହଞ୍ଚିବା ପରେ
କଲେଜ ରୋଡ୍ ଠାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଯୁବ ନେତା ପ୍ରଶାନ୍ତ କୁମାର ବିଶୋୟୀ,ବ୍ଲକ୍ କଂଗ୍ରେସ ସଭାପତି ବିଜୟ କୁମାର ବେହେରା ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ
ସ୍ବାଗତ ଜଣାଇଥିଲେ। ଶତାଧିକ କଂଗ୍ରେସ କର୍ମୀ ବାଇକ୍ ଶୋଭାଯାତ୍ରାରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଏକ ଖୋଲା ଜିପ୍‌ରେ ସହର ପରିକ୍ରମା କରାଇଥିଲେ। ବାଦ୍ୟ ବାଜଣାରେ ଚକରା ବିଶୋୟୀ ବାଇପାସ୍ ଛକରୁ ଏକ ବିଶାଳ ବାଇକ୍ ରାଲି ବାହାରିଥିଲା। ବସ୍‌ଷ୍ଟାଣ୍ଡ ଛକରେ ହୋଇଥିବା ସଭାରେ ଦୁଇ ପ୍ରାର୍ଥୀ ଗଣତନ୍ତ୍ରକୁ ବଞ୍ଚାଇବାକୁ ହେଲେ କଂଗ୍ରେସକୁ
ଭୋଟ ଦେବାକୁ ନିବେଦନ କରିଥିଲେ ‌। ରାଜନେତାଙ୍କୁ ଇଡି ଓ ସିବିଆଇ ଭୟ
ଦେଖାଇ ଦେଶକୁ ବିରୋଧୀଶୂନ୍ୟ କରିବାକୁ ଚାହୁଁଛି ବିଜେପି। ରାଜ୍ୟରେ ବିଜେଡି ମଧ୍ଯ ବିଜେପି ଇସାରାରେ କାର୍ଯ୍ୟ କରୁଛି। ଏଣୁ ଦେଶବାସୀ ଏବେ ଦୃଢ
ନିଷ୍ପତି ନେବାର ସମୟ ଆସିଛି ବୋଲି ସେମାନେ କହିଥିଲେ।ଏଥିରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *