କିଏ ଭେଦିବ ଗଞ୍ଜାମ ଟାଇଗରଙ୍କ ଗଡ ?

କିଏ ଭେଦିବ ଗଞ୍ଜାମ ଟାଇଗରଙ୍କ ଗଡ ?

ଆଗାମୀ ସାଧାରଣ ନିର୍ବାଚନରେ ଗଞ୍ଜାମବାସୀ ଦେଖିବେ ଜୋରଦାର ଲଢେଇ । ଟିକେଟ ପାଇବା ପରେ ଗଡ ଜିତିବା ଲକ୍ଷ୍ୟରେ ବିଧାୟକ ପ୍ରାର୍ଥୀ । ଦର୍ଶକବନ୍ଧୁ ଆମେ କହୁଛୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କଥା । ରାଜନୀତିର ବାଦଶାହା ତଥା ବାହୁବଳୀ ନେତା ରମେଶ ଜେନାଙ୍କ ଗଡ ହେଉଛି ସାନଖେମୁଣ୍ଡି । କଂଗ୍ରେସ ତାଙ୍କୁ ଭରସା କରି ପୁଣିଥରେ ଟିକେଟ ଦେଇଛି । ଆଗାମୀ ନିର୍ବାଚନରେ ବିଜୟର ଲକ୍ଷ୍ୟ ନେଇ ସଜେଇ ହେଉଛନ୍ତି ଗଞ୍ଜାମ ଟାଇଗର । ଜେଲରେ ରହି ନିର୍ବାଚନର ସ୍ୱାଦ ଚାଖିଥିବା ରମେଶ 24ରେ ପୁଣିଥରେ ବିଜୟର ମୁକୁଟ ପିନ୍ଧିବା ଲକ୍ଷ୍ୟରେ ରାଜନୀତି ମଇଦାନରେ । ଅନ୍ୟପଟେ ଗଞ୍ଜାମ ଟାଇଗରଙ୍କ ଗଡ ଭେଦିବା ଲକ୍ଷ୍ୟରେ ସୁଲକ୍ଷଣା ଗୀତାଞ୍ଜଳୀ । ଗତ ଦୁଇଟି ନିର୍ବାଚନୀରେ ନନ୍ଦିନୀ ଦେବୀଙ୍କ ସହ ରମେଶଙ୍କର ଲଢେଇ ହେଉଥିଲା । କିନ୍ତୁ ଏଥର ବିଜେଡି ରମେଶଙ୍କ ବିପକ୍ଷରେ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ କରାଇଛି ।

ରାଜନୀତି ମଇଦାନରେ ଏଣ୍ଟ୍ରି ମାରିଛନ୍ତି ସୁଲକ୍ଷଣା । ହେଲେ ରମେଶଙ୍କ ଦବଦବାକୁ ପଛରେ ପକାଇ ତାଙ୍କ ଗଡରେ ଶଙ୍ଖ ଫୁଙ୍କିବା ସୁଲକ୍ଷଣାଙ୍କ ପାଇଁ ସହଜ ନ ହୋଇପାରେ । ଗତଥର ଗଞ୍ଜାମର 13 ବିଧାନସଭା ଆସନରୁ ବିଜେଡି 12ଟି ଜିତିଥିଲା କେବଳ ସାନଖେମୁଣ୍ଡିରେ ହାରିଥିଲା । ଏଥର ସମସ୍ତ ବିଧାନସଭାକୁ ଅକ୍ତିଆର କରିବା ପାଇଁ ବିଜେଡିର ଗେମ ପ୍ଲାନ । କଂଗ୍ରେସ ଗଡରେ ଶଙ୍ଖ ଫୁଙ୍ଖିବା ପାଇଁ ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ ବିଜେଡି ପ୍ରାର୍ଥୀ କରାଇଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରମେଶଙ୍କ ଉପରେ ରହିଛି ସାନଖେମୁଣ୍ଡି ବାସୀଙ୍କ ଆର୍ଶୀବାଦ । ଯାହାକୁ ଜିତିବା ଉଭୟ ବିଜେଡି ଓ ବିଜେପି ପାଇଁ କଷ୍ଟକର ହୋଇପାରେ । ସେ ବିବାଦୀୟ ହେଲେ ମଧ୍ୟ ସାଧାରଣ ଜନତା ତାଙ୍କୁ ନିଜର ନେତା ରୂପେ ସ୍ୱୀକାର କରିଛନ୍ତି । ତେବେ ଆଗାମୀ ନିର୍ବାଚନରେ କିଏ ଭେଦ କରିବ ଗଞ୍ଜାମ ଟାଇଗରଙ୍କ ଗଡ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *