ଧର୍ମେନ୍ଦ୍ରଙ୍କୁ ଡରିଗଲେ କି ନବୀନ ବାବୁ !

ଧର୍ମେନ୍ଦ୍ରଙ୍କୁ ଡରିଗଲେ କି ନବୀନ ବାବୁ !

ରାଜ୍ୟରେ ବଢୁଛି ନିର୍ବାଚନର ତାତି । ଆସନ ହାତେଇବାକୁ ଦଳମାନଙ୍କର ଅଙ୍କକଶା ଚାଲିଛି । ବିଜେଡିର ଦୁଇଟି ଆସନରେ ପ୍ରାର୍ଥୀ ହୋଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଚର୍ଚ୍ଚା ହେଉଛି କି ବିଜେଡି ଫୋକସରେ ରହିଛି ପଶ୍ଚିମ ଓଡିଶା । ପଶ୍ଚିମ ଓଡିଶାର ସମସ୍ତ ବିଧାନସଭା ଆସନ ହାତେଇବାକୁ ବିଜେଡିର ଗେମ ପ୍ଲାନ । ହିଞ୍ଜିଳି ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ହେତୁ ସେ ସେହି ଆସନରୁ ପୁଣିଥରେ ନିର୍ବାଚନ ଲଢୁଛନ୍ତି । ତେବେ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିକୁ କାହିଁକି ବାଛିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭେଟେରାନ ନେତାଙ୍କୁ ଟକ୍କର ଦେଇପାରିବେନି କି ନବୀନ ବାବୁ । ଯଦି ସେମିତି ହୋଇଥାନ୍ତା ତେବେ ଦ୍ୱିତୀୟ ଆସନରେ ସମ୍ୱଲପୁରକୁ କାହିଁକି ବାଛିଲେନି ମୁଖ୍ୟମନ୍ତ୍ରୀ । ଅପ୍ରସନ୍ନ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସେଠାରୁ ପ୍ରାର୍ଥୀ କରାଇଲେ ପୁଣି ଅଦଳବଦଳ କରାଇ ରୋହିତ ପୂଜାରୀଙ୍କୁ ସମ୍ୱଲପୁରରୁ ଟିକେଟ ଦେଲେ ।  ପ୍ରଶ୍ନ ଉଠୁଛି କି କାହିଁକି ରୋହିତଙ୍କୁ ବାଛିଲେ ସୁପ୍ରିମୋ । ସେଠାରେ ସେ ନିଜେ ମଧ୍ୟ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିପାରିଥାନ୍ତେ । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ  ଗଡ ହେଉଛି ସମ୍ୱଲପୁର । ବିଜେପିରୁ ଧର୍ମେନ୍ଦ୍ର ସମ୍ୱଲପୁର ଲୋକସଭାରୁ ଲଢିବେ ଏବଂ ବିଧାନସଭାରୁ ଲଢିବେ ଜୟନାରାୟଣ ମିଶ୍ର । ସମ୍ୱଲପୁରରେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା । ବିଜେପିର ଭେଟେରାନ ନେତା ଧର୍ମେନ୍ଦ୍ରଙ୍କୁ ଡରିଗଲେ କି ନବୀନ ।  ତାଙ୍କ ଗଡକୁ ଭେଦି ନିଜ ବିଜୟର ବାନା ଉଡାଇବା ହୁଏତ ନବୀନ ବାବୁଙ୍କ ପାଇଁ ସମ୍ଭବପର ହୋଇପାରିନଥାନ୍ତା ।  ସେଥିପାଇଁ ସେ ହିଞ୍ଜିଳି ଆସନ ପରେ କଣ୍ଟାବାଞ୍ଜିକୁ ବାଛିଛନ୍ତି । ସମ୍ୱଲପୁରରେ ହାରିଯିବ କି ବିଜେଡି । ନା ବିଜେଡିର ଗେହ୍ଲାପୁଅ ତଥା ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସମ୍ୱଲପୁରରେ ଉଡାଇବେ ବିଜେଡିର ବିଜୟ ବାନା ।

author

Related Articles

Leave a Reply

Your email address will not be published. Required fields are marked *