ଗଣେଶ୍ୱରଙ୍କୁ ଭରସା କଲା ବିଜେଡି

ଗଣେଶ୍ୱରଙ୍କୁ ଭରସା କଲା ବିଜେଡି

ଘୋଷଣା ହେଲା ବିଜେଡିର ପଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି । ଶଶୀଭୂଷଣ ବେହେରାଙ୍କ ଟିକେଟ କାଟି ଦଳ ଗଣେଶ୍ୱର ବେହେରାଙ୍କୁ ଭରସା କରିଛି । ଗଣେଶ୍ୱର ବେହେରା କେନ୍ଦ୍ରାପଡା ରାଜନୀତିର ଜଣେ ଜଣାଶୁଣା ଚେହେରା ।  ଗଣେଶ୍ୱର ବେହେରା କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଆଉ ବିଜେଡି ତାଙ୍କୁ ଏବେ କେନ୍ଦ୍ରାପଡା ଟିକେଟ ଦେଇଛି । କେନ୍ଦ୍ରାପଡା ଆସନରୁ ୨୦୦୯ ମସିହାରୁ ବିଜେଡି ବିଜୟୀ ହୋଇ ଆସୁଛି । ସେହିପରି କଂଗ୍ରେସରୁ ବି ଗଣେଶ୍ୱର ବେହେରା ୨୦୦୯ରୁ ଲଗାତାର ପ୍ରାର୍ଥୀ ହୋଇ ଆସୁଥିଲେ । ହେଲେ ଏଥର ସେ ବିଜେଡିରୁ ଟିକେଟ ପାଇଛନ୍ତି ।  

author

Related Articles

Leave a Reply

Your email address will not be published. Required fields are marked *