ବବିଙ୍କ ପାୱାରରେ ଛାନିଆ ଧର୍ମେନ୍ଦ୍ର !

ବବିଙ୍କ ପାୱାରରେ ଛାନିଆ ଧର୍ମେନ୍ଦ୍ର !

ଇତିହାସ ରଚିବ ସମ୍ୱଲପୁର । ଆଗାମୀ ସାଧାରଣ ନିର୍ବାଚନରେ ଓଡିସାବାସୀ ଦେଖିବେ ସମ୍ୱଲପୁର ଲଢେଇ । ରୋଚକ ହେବ ଦୁଇ ଭେଟେରାନ ନେତାଙ୍କ ଫାଇଟ । ବିଜେଡିର ଦକ୍ଷ ନେତା ସାଙ୍ଗଠନିକ ସଂପାଦକ ବବି ଦାସ ବନାମ ବିଜେପିର ପାୱାରଫୁଲ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢେଇ । ସମ୍ୱଲପୁର ଲୋକସଭା ମଇଦାନରେ ହେବ କଡ୍ଡା ଟକ୍କର । ଧର୍ମେନ୍ଦ୍ରଙ୍କୁ ମାତ ଦେବେ ବିଜେଡି ନେତା ବବି ଦାସ । ବିଭିନ୍ନ ମୁଦ୍ଧାକୁ ନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ଭେଟେରାନ ନେତା ବବି ଦାସ।  10 ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ନିଜ ଅଞ୍ଚଳ ପାଇଁ କଣ ବିକାଶ କରିଛନ୍ତି ଧର୍ମେନ୍ଦ୍ର । ବିକାଶ ନାଁରେ କେବଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇଥାନ୍ତି ମୁକୁ ଭାଇ । ହଁ ଦର୍ଶକବନ୍ଧୁ ଯେଉଁ ସମ୍ୱଲପୁରରେ ଆଜି ସେ ପ୍ରାର୍ଥୀ ହୋଇଛନ୍ତି ସେହି ଜିଲ୍ଲାରେ ଦୀର୍ଘଦିନ କାମ କରିଥିବା ସତ୍ତ୍ୱେ କୌଣସି ବିକାଶ କରିନାହାନ୍ତି । ଟ୍ୱିଟ ମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ ଜବାବ ମାଗୁଛନ୍ତି ବବି । କେବଳ ନିର୍ବାଚନ ଆସିଲେ ମୁକୁ ଭାଇଙ୍କର ଓଡିଶା କଥା କଣ ପାଇଁ ମନେ ପଡେ । ସମ୍ୱଲପୁର ଲୋକସଭାରୁ ସେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି । ଜୋରଦାର ପ୍ରଚାର ପ୍ରସାର ମଧ୍ୟ ଆରମ୍ଭ କରିଦେଲେଣି ହେଲେ ଯାହା ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ପୂରଣ କରିବେ ତ ଧର୍ମେନ୍ଦ୍ର । ନା କେବଳ ନିର୍ବାଚନ ଜିତିବା ଆଳରେ ମିଛ ପ୍ରତିଶ୍ରୁତି ଦେଉଛନ୍ତି । ହଁ ଆଜ୍ଞା ନିର୍ବାଚନ ଆସିଲେ ନେତା ମାନଙ୍କ ଏପରି ତୁ ତୁ ମେ ମେ ତ ଲାଗି ରହିବ । ବବିଙ୍କ ପ୍ରଶ୍ନ ବାଣରେ ଛାନିଆ ହୋଇଗଲେଣି ମୁକୁ । କେବେ ହେବ ଏନଏଚ 55ର ବିକାଶ । ତେବେ ଦେଖିବାକୁ ବାକି ରହିଲା ନିର୍ବାଚନୀ ମଇଦାନରେ ବବିଙ୍କୁ ସାମ୍ନା କରିପାରିବେ ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

author

Related Articles

Leave a Reply

Your email address will not be published. Required fields are marked *