କଂଗ୍ରେସ ଛାଡିଲେ ଆଉ ଜଣେ ନେତା । ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ ହାତ ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଥମେ ଟିକେଟ୍ ଦେଇ ପରେ ଛଡାଇ ନେଇଥିବାରୁ ସେ ଦଳ ଛାଡିଛନ୍ତି । ତଳସରା ଆସନରେ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ଆସନରୁ ପ୍ରବୋଧଙ୍କ ନାଁ କାଟି ବେବେନ୍ଦ୍ରଙ୍କୁ ଟିକେଟ୍ ମିଳିବା ପରେ ଦଳ ଛାଡିଛନ୍ତି ପ୍ରବୋଧ । ତେବେ ଏସମ୍ପର୍କରେ ସେ କହିଛନ୍ତି ଯେ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲି କିନ୍ତୁ ବିଫଳ ହେଲି । ଲୋକଙ୍କ ସେବା କରିବାକୁ କଂଗ୍ରେସରେ ସାମିଲ ହୋଇଥିଲି କିନ୍ତୁ ଦଳରେ ସମ୍ମାନ ମିଳିଲାନି । ଏବେ କଂଗ୍ରେସ ଛାଡ଼ିଲି କର୍ମୀଙ୍କ ସହ ଆଲୋଚନା କରି ଆଗକୁ ନିଷ୍ପତ୍ତି କ’ଣ ନେବି ସେ ବାବଦରେ ଜଣାଇବି ।
You can share this post!
author