ସକାଳୁ ଜଳିଳାଣି ସାରା ରାଜ୍ୟ; ସବୁଠୁ ଉତ୍ତପ୍ତ ବାରିପଦା

ସକାଳୁ ଜଳିଳାଣି ସାରା ରାଜ୍ୟ; ସବୁଠୁ ଉତ୍ତପ୍ତ ବାରିପଦା

ସକାଳୁ ଜଳିଳାଣି ସାରା ରାଜ୍ୟ । ସକାଳ ସାଢେ ୮ଟାରେ ବି ଘରୁ ବାହାରି ହେଉନି । ଅସହ୍ୟ ଗୁଳୁଗୁଳି ସହ ଟାଣ ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ହୋଇଛି । ଏହା ପରେ ବଲାଙ୍ଗୀରରେ ୩୫.୪, ଭଦ୍ରକ ଓ ଅନୁଗୁଳରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାଜପୁରରେ ୩୪ ଦଶମିକ ୮, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୩୪ ଦଶମିକ ୪, କେନ୍ଦୁଝର ଓ କଟକରେ ୩୪ ଡିଗ୍ରୀ ରହିଛି । ରାଉରକେଲାରେ ୩୩ ଦଶମିକ ୮, ଫୁଲବାଣୀ ଓ ବାଲେଶ୍ୱରରେ ୩୩ ଦଶମିକ ୬, ନୟାଗଡ଼ ଓ ଟିଟଲାଗଡ଼ରେ ୩୩ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *