ସାଂସଦ ଟିକେଟ ବଦଳରେ ମିଳିଲା ପ୍ରଚାରକର ସ୍ଥାନ…

ସାଂସଦ ଟିକେଟ ବଦଳରେ ମିଳିଲା ପ୍ରଚାରକର ସ୍ଥାନ…

ଟିକେଟ ଦେଲେନି ହେଲେ ପ୍ରଚାରକ ବନେଇଦେଲେ । ହଁ ଦର୍ଶକବନ୍ଧୁ ଆମେ କହୁଛୁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ କଥା । ଶ୍ରୀମୟୟୀଙ୍କ ମାନ ଭଞ୍ଜନ ପାଇଁ ବିଜେଡିର ଗେମ ପ୍ଲାନ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ହେବେ କହି ଭୁଆଁ ବୁଲାଇଲେ ସୁପ୍ରିମୋ । ପ୍ରଚାର କଲେ ଶ୍ରୀମୟୀ କିନ୍ତୁ ଟିକେଟ ପାଇଲେ ମନ୍ମଥ । ଯାହାପରେ ଦଳ ଉପରେ ଅସନ୍ତୋଷ ରହିଥିଲେ ଶ୍ରୀମୟୀ ମିଶ୍ର । ଆଉ ଏବେ ପୁଣିଥରେ ବିଜେଡିର ତାଙ୍କୁ ନେଇ ମାଷ୍ଟରପ୍ଲାନ । ଗତକାଲି ଘୋଷଣା ହୋଇଯାଇଛି ବିଜେଡିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏହି ପ୍ରଚାରକ ତାଲିକାରେ ପ୍ରଥମେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦ୍ୱିତୀୟରେ କାର୍ତ୍ତିକ ପାଣ୍ଡିଆନ । ଏହା ଭିତରେ ଅନେକ ନେତାଙ୍କ ଭିତରେ ଅଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ତେବେ ପ୍ରଶ୍ନ ଉଠୁଛି ଟିକେଟ ଦେଲେନି କିନ୍ତୁ ପ୍ରଚାର ପାଇଁ ବୁଲାଉଛନ୍ତି । ଯେଉଁ ନବୀନ ବାବୁଙ୍କ ଉପରେ ଭରସା କରି ବିଜେଡିରେ ସାମିଲ ହୋଇଥିଲେ ସେ ତାଙ୍କୁ ଠକିଦେଲେ ।

ଟିକେଟ ବଦଳରେ ମିଳିଲା ପ୍ରଚାରକର ସ୍ଥାନ । ସାଂସଦ ହେବା ଆସା ନେଇ ଯେ ପ୍ରଚାର କରୁଥିଲେ ସେ ଏବେ କେବଳ ଏକ ଷ୍ଟାର ପ୍ରଚାରକ ହୋଇ ମଇଦାନକୁ ଓହ୍ଲାଇବେ । ସାଂସଦ ହେବା ସ୍ୱପ୍ନ ତ ସ୍ୱପ୍ନରେ ରହିଗଲା । ଝାଳ ବୁହାଇଲେ ନବୀନଙ୍କ ଗୁଣଗାନ କଲେ ଯାହାର ପ୍ରତିବଦଳରେ ମିଳିଲା ପ୍ରଚାରକର ସ୍ଥାନ । ତେବେ ଦେଖିବାକୁ ବାକି ରହିଲା କେବେ ମଇଦାନକୁ ଓହ୍ଲାଇବେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ।

author

Related Articles

Leave a Reply

Your email address will not be published. Required fields are marked *