ପଦ୍ମପୁରରେ ବର୍ଷା ବରିହାଙ୍କ ଜୋରଦାର ପ୍ରଚାର

ପଦ୍ମପୁରରେ ବର୍ଷା ବରିହାଙ୍କ ଜୋରଦାର ପ୍ରଚାର

ରାଜ୍ୟରେ ବହୁଛି ନିର୍ବାଚନର ପବନ । ପର୍ଯ୍ୟାୟ କ୍ରମେ ଚାଲିଛି ରାଜନୈତିକ ଦଳମାନଙ୍କ ପ୍ରାର୍ଥୀ ଘୋଷଣା । ପଦ୍ମପୁରରେ ପ୍ରାର୍ଥୀ ହୋଇଛନ୍ତି ବିଜେଡି ନେତ୍ରୀ ବର୍ଷା ସିଂ ବରିହା । ଉପନିର୍ବାଚନ ଜରିଆରେ ପଦ୍ମପୁରବାସୀଙ୍କ ମନ ଜିତିଥିଲେ ବର୍ଷା । ପୁଣିଥରେ ସୁପ୍ରିମୋ ତାଙ୍କ ଉପରେ ଭରସା କରି ତାଙ୍କୁ ପଦ୍ମପୁରରୁ ଟିକେଟ ଦେଇଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ କଳସ ଯାତ୍ରା କରି ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ପାଇକମାଲ ଠାରେ ବିଞ୍ଝାଲ ସମାଜ ପକ୍ଷରୁ ମା’ ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା କରି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଯୁବ ପିଢୀଙ୍କୁ ସମାଜ ସହ ଜଡିତ ହୋଇ ଆଗକୁ ଆସିବା ପାଇଁ ସେ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *