ବାତିଲ ହେଲା ଏଲଏଲବି ପରୀକ୍ଷା

ବାତିଲ ହେଲା ଏଲଏଲବି ପରୀକ୍ଷା

ବାତିଲ ହେଲା ଏଲଏଲବି ପରୀକ୍ଷା । ଆଉଟ୍ ଅଫ୍ ସିଲାବସ୍ ପଡିଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲେ । ସିଲାବସ୍ ବାହାରୁ ପ୍ରଶ୍ନପତ୍ର ପଡିଥିବାରୁ ସେ ପ୍ରଶ୍ନରେ ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ରୋକଠୋକ ଶୁଣାଇଥିଲେ ଛାତ୍ରଛାତ୍ରୀ । ଏହା ପରେ ଏଲଏଲବିର ଷଷ୍ଠ ସେମିଷ୍ଟରର ପେପର-୧ ପରୀକ୍ଷା ବାତିଲ ହୋଇଛି । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୮ କଲେଜର ପେପର-୧ ପରୀକ୍ଷା ଆଜି ବାତିଲ ହୋଇଛି । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ପଢ଼ା ଯାଉଥିବା କୋର୍ସରେ ତାହା ନ ଥିବା ବେଳେ ପୁରୁଣା ପାଠରୁ ପଡ଼ିଛି ପ୍ରଶ୍ନ । ତେଣୁ ସିଲାବସ୍ ଅନୁଯାୟୀ ରାତି ଦିନ ପରିଶ୍ରମ ପରେ ଆଉଟ୍ ଅଫ୍ ସିଲାବସ୍ରେ ପରୀକ୍ଷା ଦେବା ସମ୍ଭବପର ନୁହେଁ ବୋଲି ରୋକଠୋକ ଶୁଣାଇ ଦେଲେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ।

author

Related Articles

Leave a Reply

Your email address will not be published. Required fields are marked *