ଦର୍ଶକବନ୍ଧୁ ବିଜୁ ଜନତା ଦଳ ଉପରେ ପଡୁଛି ନିଜ ଦଳର ଅସନ୍ତୁଷ୍ଟ ନେତା ଓ କର୍ମୀ ମାନଙ୍କ ନିଶ୍ୱାସ । ବାହାରୁ ଆସୁଛନ୍ତି ଟିକେଟ ନେଇ ଚାଲି ଯାଉଛନ୍ତି । ହଁ ଆଜ୍ଞା ସେ ବର୍ଷା ହୁଅନ୍ତୁ କି ମନ୍ମଥ, ଦଳରେ ସାମିଲ ହେଲେ କେଇ ଘଣ୍ଟାରେ ଟିକେଟ ପାଇଲେ । ହେଲେ ଦଳରେ ବର୍ଷ ବର୍ଷ ଧରି କାମ କରିଥିବା ନେତାମାନେ ଟିକେଟ ଆଶାରେ ପଡି ରହୁଛନ୍ତି । ପ୍ରଥମେ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ବିଜେଡିର ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର । ଏହି ଦୁଇ ନେତା ଦୀର୍ଘ ବର୍ଷ ଧରି ଦଳ ପାଇଁ କାମ କରିଥିବା ସତ୍ତ୍ୱେ ପ୍ରତିବଦଳରେ ଦଳ ତାଙ୍କୁ ଦେଉଛି କଣ । ନୂଆ ମୁହଁ ଦେଖି ସାଙ୍ଗେ ସାଙ୍ଗେ ମାଷ୍ଟର ପ୍ଲାନ କରୁଛନ୍ତି ବିଜେଡି ସୁପ୍ରିମୋ । ନବୀନଙ୍କ ଷ୍ଟ୍ରାଟେଜି ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ବିଜେପି ଓ କଂଗ୍ରେସ । ଜଣେ ଅଭିନେତ୍ରୀରୁ ରାଜନୀତି ଓ ଅନ୍ୟଜଣେ ପାଇଲଟରୁ ରାଜନେତା । ଏମିତି ହୁଏତ କେବେ ହୋଇନଥିବ । ଟିକେଟ ହାତେଇବାକୁ କସରତ କରୁଥିବା ଶ୍ରୀମୟୀ ଓ ପ୍ରସନ୍ନଙ୍କ ସହ ଖେଳ ଖେଳୁଛନ୍ତି ନବୀନ ବାବୁ । ତେବେ ନିର୍ବାଚନ ଆସିଲେ ଦେଖିବାକୁ ମିଳେ ରାଜନୈତିକ ଦଳମାନଙ୍କ ନୂଆ ନୂଆ ଷ୍ଟ୍ରାଟେଜୀ । ଦଳରେ ଅସନ୍ତୁଷ୍ଟ ହୋଇ ପଡି ରହିଥିବା ନେତାମାନଙ୍କୁ କିପରି ଖୁସି କରାଇବ ଶାସକ ଦଳ । ନା ଏହି ଅସନ୍ତୁଷ୍ଟ ନେତା ମାନଙ୍କ ନିଶ୍ୱାସରେ ସର୍ବନାଶ ହୋଇଯିବ ବିଜୁ ଜନତା ଦଳ ।
You can share this post!
author