ଦଳ ପାଇଁ ଗର୍ଜିଲେ ତାଲିକାରୁ କଟିଲେ

ଦଳ ପାଇଁ ଗର୍ଜିଲେ ତାଲିକାରୁ କଟିଲେ

ଦର୍ଶକବନ୍ଧୁ କିଛିଦିନ ତଳେ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି ।  ଆସନ୍ତା 24 ତାରିଖରୁ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ପାଇଁ ପ୍ରଚାର କରିବେ । ଏଥିରେ ପ୍ରଥମରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଦିତ୍ୱୀୟରେ ଭିକେ ପାଣ୍ଡିଆନ ଓ ତୃତୀୟରେ ରହିଛନ୍ତି ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । କିନ୍ତୁ ପ୍ରଶ୍ନ ଦଳ ପାଇଁ ଗର୍ଜୁଥିବା ଯୁବ ନେତାଙ୍କୁ ଏଥିରେ ସ୍ଥାନ ମିଳିନି । ଆଖି ଦୃଶ୍ୟଆ ଚେହେରାଙ୍କୁ ତାରକା ପ୍ରଚାରକ କରିନି ଦଳ । ନା କୌଣସି ସିନେ ତାରକାଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି । ଦଳ ପାଇଁ ଗର୍ଜନ କରୁଥିବା ସୋଫିଆ ଆଲାମ,ଛାତ୍ର ବିଜେଡି ମହାସଚିବ ଇପସିତା ସାହୁଙ୍କୁ ଦଳର ଷ୍ଟାର ପ୍ରଚାରକ ଭାବେ ସ୍ଥାନ ଦେଇନାହିଁ ବିଜେଡି ।

ବିଜୁ ଜନତା ଦଳ ପାଇଁ ସଦା ସର୍ବଦା ବିରୋଧିଙ୍କୁ ଆକ୍ରମଣ କରୁଥିବା ଇପସିତା ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେଇ ମଧ୍ୟ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । ସବୁଥର ନିର୍ବାଚନରେ ଦୁହେଁ ବିଜେଡି ପାଇଁ ପ୍ରଚାର କରୁଥିଲେ କିନ୍ତୁ ଦୁହିଁଙ୍କ ହାଡଭଙ୍ଗା ପରିଶ୍ରମ କାହିଁକି ସୁପ୍ରିମୋଙ୍କ ମନକୁ ଛୁଇଁଲା ନାହିଁ । ଅନ୍ୟପଟେ  ବିଜେଡିର ଜଣେ ଆଗଧାଡିର ନେତା ତଥା ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ରଙ୍କୁ ମଧ୍ୟ ଦଳ ପ୍ରଚାର ତାଲିକାରେ ସ୍ଥାନ ନଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୌଣସି ସିନେଷ୍ଟାରଙ୍କ ଠାରୁ କିଛି କମ ନୁହେଁ ସ୍ୱୟଂଙ୍କ ଫ୍ୟାନ କ୍ରେଜ । ତେବେ ବିଜେଡି ସୁପ୍ରିମୋଙ୍କ ଏପରି ନିଷ୍ପତ୍ତି ଦଳର କ୍ଷତି କରିବ ନା ଲାଭ ତାହା ସମୟ କହିବ ।

author

Related Articles

Leave a Reply

Your email address will not be published. Required fields are marked *