ନାମାଙ୍କନ ଭରିଲେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର

ନାମାଙ୍କନ ଭରିଲେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର

ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସ୍ୱର୍ଗତ ସୂର୍ଯୟନାରାୟଣ ପାତ୍ରଙ୍କ ପୁତ୍ର ବିପ୍ଲବ ପାତ୍ର ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦିଗପହଣ୍ଡି ରୁ ନିଜର ଶହ ଶହ ସଂଖ୍ୟାରେ ସମର୍ଥକଙ୍କ ନେଇ ଏକ ବିରାଟ ମୋଟର ସାଇକଲ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ସ୍ବର୍ଗତ ସୂର୍ଯୟନାରାୟଣ ପାତ୍ରଙ୍କ ପ୍ରତି ବର୍ତ୍ତମାନ ମଧ୍ୟ ଲୋକ ମାନଙ୍କ ଢେର୍ ଭଲ ପାଇବା ରହିଛି , ଯାହାର ଫଳ ସ୍ୱରୂପ ଆଜି ଶହ ଶହ ସଂଖ୍ୟାରେ ଜନସାଧାରଣ ସ୍ଵତଃ ପ୍ରବୃତ୍ତ ଭାବେ ଆମର ଏହି ମୋଟର ସାଇକେଲ ଶୋଭାଯାତ୍ରାରେ ଯୋଡ଼ି ହୋଇ ଯାଇଛନ୍ତି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ସୂର୍ଯ୍ୟ ପାତ୍ର ତିନି ତିନି ଥର ବିଧାୟକ ରହି ସମସ୍ତ ବିକାଶ ମୂଳକ କାର୍ଯ୍ୟ କରିଥିଲେ । ବାପାଙ୍କର ସେହି ଅଧୁରା ସ୍ବପ୍ନକୁ ପୂରଣ କରି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବି । ଏତଦ୍ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ନେଇ ପ୍ରଚାର ଜୋରଦାର କରିବି । ଯେଉଁ ଗ୍ରାମକୁ ଗଲେ ଲୋକଙ୍କ ସମର୍ଥନ ମିଳୁଛି। ତେଣୁ ଆସନ୍ତା ନିର୍ବାଚନରେ ନିଶ୍ଚୟ ବିଜୟ ଲାଭ କରିବି ବୋଲି ଆଶା ରଖିଛି ।

author

Related Articles

Leave a Reply

Your email address will not be published. Required fields are marked *