ମହିଳାଙ୍କ ବିକାଶରେ କଣ୍ଟା ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ

ମହିଳାଙ୍କ ବିକାଶରେ କଣ୍ଟା ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛି ବିଜେଡି । ପ୍ରେସମିଟ ମାଧ୍ୟମରେ ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ରାଜ୍ୟରେ ମହିଳାଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଥାନ୍ତି । ରାଜ୍ୟରେ ୬ ଲକ୍ଷ ଏସଏସଜି ସଙ୍ଗଠନ କରି ପାଖାପାଖି ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ ତଥା ଆତ୍ମନିର୍ଭରଶରଳ କରିପାରିଛନ୍ତି । କିନ୍ତୁ ଏସବୁକୁ ସହ୍ୟ କରିପାରୁନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ଧର୍ମେନ୍ଦ୍ରଙ୍କ ନାଁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ କରିଛି ବିଜେଡି  ମୁଖପାତ୍ର ସୁଲତା ଦେଓ । ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରୟାସ କରନ୍ତି କିପରି ଅନ୍ତର୍ଜାତୀୟ ସ୍ତରରେ ମହିଳା ମାନେ ସାମିଲ ହେବେ। କିଭଳି ମହିଳା ଗଣ ସଂଶକ୍ତ ହେବେ ସ୍ବାବଲମ୍ବୀ ହେବେ ଅହରହ ପ୍ରୟାସ କରିଥାନ୍ତି। ଆଉ ଏଭଳି କ୍ଷେତ୍ରରେ କୁ ଚକ୍ରୀ ଛୋଟ ମନୋଭାବ ରଖି ମାନ୍ୟବର କେନ୍ଦ୍ରମନ୍ତ୍ରୀ ମହିଳାଂକ ବିକାସ ରେ କଣ୍ଟା ସାଜିଛନ୍ତି। ଯାହାକୁ ନେଇ ବିଜେଡ଼ି ନିନ୍ଦା କରିବା ଶହ ଏହାର ଉଚିତ୍ ଜବାବ୍ ଢେଙ୍କାନାଳ ସମ୍ବଲପୁର ବାସୀ  ସଠିକ୍ ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଉଚିତ୍ ଜବାବ୍ ଦେବେ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ।

author

Related Articles

Leave a Reply

Your email address will not be published. Required fields are marked *