କାହାର ହେବେ ଦଳଡିଆଁ ନେତା ?

କାହାର ହେବେ ଦଳଡିଆଁ ନେତା ?

ଚଳିତ ବର୍ଷ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । କିନ୍ତୁ ଏହା ପୂର୍ବରୁ ହିଁ ରାଜ୍ୟ ରାଜନୀତିର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି । ଦଶନ୍ଧି ଦଶନ୍ଧି ଧରି ଗୋଟିଏ ଦଳରେ ରହିବା ପରେ ସାମାନ୍ୟ ଟିକେଟ୍ ପାଇଁ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି । ଏପରିକି ଅନ୍ୟ ଦଳକୁ ଯିବା ମାତ୍ରେ ନିଜ ଦଳ ବିରୁଦ୍ଧରେ କହିବାକୁ ଟିକେ ବି ପଛଉନାହାନ୍ତି । ତେବେ ଏହି ଲିଷ୍ଟରେ ଅନେକ ଚର୍ଚ୍ଚିତ ତଥା ଆଗଧାଡିର ନେତାଙ୍କ ନାଁ ସାମ୍ନାକୁ ଆସୁଥିବା ବେଳେ କେନ୍ଦ୍ରାପଡା ଟିକେଟ୍ ପାଇଁ ଦଳ ଡେଇଁଥିବା ନେତାମାନଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ରାପଡାରେ ଏଥର ୩ ଦଳର ପ୍ରାର୍ଥୀ ଅନ୍ୟ ଦଳରୁ ଆମଦାନୀ ହୋଇ ଆସିଛନ୍ତି । ଅର୍ଥାତ ଅଦଳ ବଦଳ କରି ପ୍ରାର୍ଥୀ ଦେଇଛନ୍ତି ୩ଦଳ । କଂଗ୍ରେସ ଛାଡି ବିଜେଡିକୁ ଆସିଥିବା ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡା ବିଧାନସଭା ଆସନରେ ଦଳ ପ୍ରାର୍ଥୀ କରିଛି । ସେହିପିର ବିଜେଡିରୁ କଂଗ୍ରେସରେ ଯୋଗ ଦେଇଥିବା ସିପ୍ରା ମଲ୍ଲିକଙ୍କୁ କଂଗ୍ରେସ ଏହି ଆସନରେ ଟିକେଟ୍ ଦେଇଛି । ଏବଂ ବିଜେଡିରୁ ଏବେ ଏବେ ବିଜେପିକୁ ଆସିଥିବା କେନ୍ଦ୍ରପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀଙ୍କୁ ବିଜେପି କେନ୍ଦ୍ରାପଡାରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ଚାଲିଛି । ତେବେ ଏଭଳି ସ୍ଥିତିରେ ଏବେ କେନ୍ଦ୍ରପଡା ବିଧାନସଭା ଆସନରେ ଭୋଟର କାହାକୁ ଭରସା କରିବେ ଏବଂ କାହାକୁ ଭୋଟ ଦେବେ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *