ପ୍ରଚାର ଆରମ୍ଭ କଲେ ନବୀନ

ପ୍ରଚାର ଆରମ୍ଭ କଲେ ନବୀନ

ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟନାୟକ ଚଳିତ ସାଧାରଣ ନିର୍ବାଚନ ଲାଗି ନିଜ ପ୍ରିୟ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି l ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗଂଜାମ ଓ ହିଞ୍ଜିଳିରୁ ଆରମ୍ଭ ହୋଇଛି l ଏହି ବିକାଶର ବାର୍ତା ନେଇ ବିଜୁ ଜନତା ଦଳ ଚଳିତ ନିର୍ବାଚନ ସାମ୍ନା କରିବ l ବିକାଶକୁ ବିରୋଧୀ କେତେ କଟାକ୍ଷ କଲେ ମଧ୍ୟ କିଛି ସୁଫଳ ମିଳିବନି l ଚଳିତ ନିର୍ବାଚନରେ ଯୋଡି ଶଙ୍ଖରେ ଭୋଟ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି l ହିଞ୍ଜିଳିରୁ ବିଜେଡିର ଜୟଯାତ୍ରା ଆରମ୍ଭ ହେଲା ବୋଲି କହିଛନ୍ତି l ସମରଝୋଳ ସ୍ତିତ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ଲାଗି ହଜାର ହଜାର ସଂଖ୍ୟାରେ ମହିଳା, ଯୁବ ଓ ଛାତ୍ରମାନେ ଉପସ୍ଥିତ ଥିଲେ l

author

Related Articles

Leave a Reply

Your email address will not be published. Required fields are marked *