ବାରବାଟୀରୁ ଲଢିବେ ମୋକିମଙ୍କ ଝିଅ !

ବାରବାଟୀରୁ ଲଢିବେ ମୋକିମଙ୍କ ଝିଅ !

ସଜେଇ ହେଲାଣି ରଣକ୍ଷେତ୍ର,ଯୁଦ୍ଧ ପାଇଁ ପ୍ରସ୍ତୁତ ତିନି ରାଜନୈତିକ ଦଳ । ହେଲେ ନିର୍ବାଚନକୁ ଦିନ କେଇଟା ବାକି ଥିବା ବେଳେ ରାଜନୈତିକ ଦଳମାନଙ୍କ ଟିକେଟ ବଣ୍ଟା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇନି । କଟକ ବାରବାଟୀ ବିଧାନସଭା କ୍ଷେତ୍ରକୁ ନେଇ ଅଙ୍କ କଶୁଛି କଂଗ୍ରେସ । ହଁ ଦର୍ଶକବନ୍ଧୁ ଆଗାମୀ ସାଧାରଣ ନିର୍ବାଚନ ଲଢିପାରିବେନି ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ତେଣୁ ତାଙ୍କ ସ୍ଥାନରେ କାହାକୁ ମିଳିବ କଟକ ବାରବାଟୀର ଗୁରୁ ଦାୟିତ୍ୱ ସେ ନେଇ ଦ୍ୱନ୍ଦ ବଢିବାରେ ଲାଗିଛି । ତେବେ ଚର୍ଚ୍ଚା ହେଉଛି କି କଟକ ବାରବାଟୀ ବିଧାନସଭା ଆସନରେ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୌସଙ୍କୁ କଂଗ୍ରେସ ପ୍ରାର୍ଥୀ କରାଇପାରେ । ଏ ନେଇ କଂଗ୍ରେସ କର୍ମୀ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ପ୍ରସ୍ତାବ ପିସିସି ସଭାପତିଙ୍କୁ ଦିଆଯିବ ଏବଂ ପିସିସି ସଭାପତି ଏ ବାବଦରେ କଣ ନିଷ୍ପତ୍ତି ନେବେ ତାହାର ଅପେକ୍ଷା । ମଙ୍ଗଳବାର ଓଆରଏଚଡିସି ଦୁର୍ନୀତି ମାମଲାରେ ୩ବର୍ଷ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ସୁ୍ପ୍ରିମକୋର୍ଟ ମନା କରିଦେଇଥିଲେ । ଫଳରେ ଆଉ ନିର୍ବାଚନ ଲଢିପାରିବେ ନାହିଁ ମୋକିମ । ତେଣୁ ତାଙ୍କ ସ୍ଥାନରେ ମୋକିମଙ୍କ ଝିଅଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛନ୍ତି କଟକ-ବାଟବାଟୀର କଂଗ୍ରେସ କର୍ମୀ । ବର୍ତମାନ ସୁଦ୍ଧା କଟକ-ବାରବାଟୀରେ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ । ତେବେ କେବେ ଏ ନେଇ ଦ୍ୱନ୍ଦ ଦୂର କରିବ ରାଜ୍ୟ କଂଗ୍ରେସ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *