ମିଳିଲାନି ଟିକେଟ ଛାଡିବେ କି ଦଳ ?

ମିଳିଲାନି ଟିକେଟ ଛାଡିବେ କି ଦଳ ?

ରାଜ୍ୟ ରାଜନୀତିର ଗୋଟିଏ ଚର୍ଚ୍ଚିତ ଚେହେରା ହେଉଛନ୍ତି ପୂର୍ବତନ ଚିଲିକା ବିଧାୟକ ତଥା ବର୍ତ୍ତମାନର ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ । କେତେବେଳେ ଲୋକଙ୍କ ପାଖକୁ ଯାଇ ସେ ଲୋକପ୍ରିୟ ହୋଇଥାନ୍ତି ତ ଆଉ କେତେବେଳେ ଲୋକଙ୍କୁ ମାଡ ମାରି ସେ ହଟହଟା ହୋଇଥାନ୍ତି । ସେହିପରି ଜଣେ ବିବାଦୀୟ ନେତା ତଥା ବାହୁବଳୀ ବିଧାୟକ ବୋଲାଉଥିବା ପ୍ରଶାନ୍ତ ଜଗଦ୍ଦେବ । ନିଜର ଦୁର୍ନିତି କାର୍ଯ୍ୟକଳାପ ପାଇଁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଏବଂ ଆଜି ସେ ବିଜେପିରେ ସାମିଲ ହେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଅନେକ ମନ୍ତବ୍ୟ ଦେଉଛନ୍ତି । ହେଲେ ବାହୁବଳୀ ନେତା ପ୍ରଶାନ୍ତଙ୍କୁ ନେଇ ବଢୁଛି ଦ୍ୱନ୍ଦ । ବିଜେପିର ଅଧିକାଂଶ ଆସନରେ ଟିକେଟ ଘୋଷଣା ହୋଇସାରିଛି ଏବଂ ଚିଲିକା ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ଦେଇସାରିଛି । ଚର୍ଚ୍ଚା କାହିଁକି ପ୍ରଶାନ୍ତଙ୍କୁ ଏବେ ପର୍ଯ୍ୟନ୍ତ ଟିକେଟ ମିଳିନି । ତାଙ୍କ ଦୁର୍ନୀତି ଗସ୍ତ କାର୍ଯ୍ୟକୁ ନେଇ ଚିନ୍ତାରେ ରାଜ୍ୟ ବିଜେପି । କିଛିଦିନ ତଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ମାଧ୍ୟମରେ କହିଥିଲେ ଯେ ସେ ଟିକେଟ ଆସାୟୀ ନାହାନ୍ତି କିନ୍ତୁ ଦଳ ପାଇଁ କାମ କରିବେ । ତେବେ ଚର୍ଚ୍ଚା ହେଉଛି କି  ପ୍ରଶାନ୍ତଙ୍କ ଭଳି ଜଣେ ବିବାଦୀୟ ନେତାଙ୍କୁ ଟିକେଟ ଦେଇ ହଟହଟା ହେବା ଅପେକ୍ଷା ତାଙ୍କୁ କୌଣସି ଆସନରୁ ପ୍ରାର୍ଥୀ କରାଇବ ନାହିଁ ବିଜେପି । ତେବେ ଆଗାମୀ ସାଧାରଣ ନିର୍ବାଚନରେ କଣ ରହିବ ପ୍ରଶାନ୍ତଙ୍କ ଭୂମିକା ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *