ପଦ୍ମ ଧରିଲେ ପ୍ରବୋଧ ତିର୍କୀ

ପଦ୍ମ ଧରିଲେ ପ୍ରବୋଧ ତିର୍କୀ

ପଦ୍ମ ଧରିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ । କଂଗ୍ରେସରୁ ଇସ୍ତଫା ଦେବାର କିଛି ଦିନ ପରେ ଆଜି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି । ତେବେ ପୂର୍ବରୁ କଂଗ୍ରେସ ତାଙ୍କୁ ତଳସରା ଆସନ ପାଇଁ ପ୍ରାର୍ଥୀ କରିଥିଲା । କିନ୍ତୁ ପରେ ପ୍ରବୋଧଙ୍କ ଠାରୁ ଟିକେଟ୍ ଛଡାଇ ନେଇଥିଲା । ଯାହା ପରେ ପ୍ରବୋଧ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଏବଂ ଦଳ ଛାଡିବା ପରେ ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି । ସୋନପୁରରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ସେ ପଦ୍ମ ପୋଖରୀକୁ ଆସିଛନ୍ତି । ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଅନ୍ୟ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

author

Related Articles

Leave a Reply

Your email address will not be published. Required fields are marked *