ଛିଡିଲା କୋରେଇ ଅଙ୍କ,ଲଢିବେ ବବି !

ଛିଡିଲା କୋରେଇ ଅଙ୍କ,ଲଢିବେ ବବି !

ଦର୍ଶକବନ୍ଧୁ ରାଜ୍ୟରେ ବଢୁଛି ନିର୍ବାଚନର ତାତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଲା କିନ୍ତୁ ଏବେ ପର୍ଯ୍ୟନ୍ତ କେତୋଟି ଆସନକୁ ନେଇ ଦଳ ମାନଙ୍କ ଅଙ୍କ ଛିଡୁନି । ହଁ ଆଜ୍ଞା ଦ୍ୱନ୍ଦରେ ଯାଜପୁରର କୋରେଇ ବିଧାନସଭା କ୍ଷେତ୍ର । ଏହି ଆସନକୁ ନେଇ ଅଙ୍କ କଶୁଛି ବିଜେଡି । ବିଜୁ ଜନତା ଦଳରୁ କୋରେଇ ଆସନ ପାଇଁ ପ୍ରାର୍ଥୀ ହେଉଥିବା ଆକାଶ ଦାସ ନାୟକ ଏବେ ବିଜେପିରେ ଏବଂ ବିଜେପି ଟିକେଟରେ ସେ କୋରେଇ ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଚର୍ଚ୍ଚା ହେଉଥିଲା କି ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଏହି ଆସନରୁ ପ୍ରାର୍ଥୀ ହୋଇପାରନ୍ତି । ଅନ୍ୟପଟେ ଏହା ମଧ୍ୟ ଚର୍ଚ୍ଚା ହେଉଥିଲା କି ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ଆସନରୁ ପ୍ରାର୍ଥୀ ହେବେ । କାହିଁକିନା ସମ୍ୱଲପୁର ଲୋକସଭା ହେଉଛି ବିଜେପିର ଗଡ ଆଉ ବିଜେପିର ଗଡକୁ ଭେଦ କରିବା ହୁଏତ ବବିଙ୍କ ପକ୍ଷେ ସହଜ ନୁହେଁ । ତେଣୁ ତାଙ୍କୁ ବିଜୁ ଜନତା ଦଳ କୋରେଇ ବିଧାନସଭାରୁ ହିଁ ପ୍ରାର୍ଥୀ କରାଇବ । ଯାଜପୁର ହେଉଛି ବବିଙ୍କ ଗଡ କିନ୍ତୁ ଦଳ ତାଙ୍କ ଆସନକୁ ପରିବର୍ତ୍ତନ କରାଇ ତାଙ୍କୁ ସମ୍ୱଲପୁର ଲୋକସଭାରୁ ଟିକେଟ ଦେଇଛି । ବିଜେଡି ଏପର୍ଯ୍ୟନ୍ତ 6ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ବବିଙ୍କୁ କୋରେଇ ଆସନରୁ ପ୍ରାର୍ଥୀ କରିପାରେ ବିଜେଡି । ତେବେ ଦେଖିବାକୁ ବାକି ରହିଲା କେବେ ଦୂର ହେବ କୋରେଇ ଦ୍ୱନ୍ଦ ।

author

Related Articles

Leave a Reply

Your email address will not be published. Required fields are marked *