28ରେ ଓଡିଶା ଆସିବେ ଜେପି ନଡ୍ଡା

28ରେ ଓଡିଶା ଆସିବେ ଜେପି ନଡ୍ଡା

ରାଜ୍ୟରେ ବଢୁଛି ନିର୍ବାଚନର ତାତି । ପ୍ରଚାର ମଇଦାନରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ଭାରତୀୟ ଜନତା ପାର୍ଟିର ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସି ନିଜ ଦଳ ପାଇଁ ବିଶାଳ ପ୍ରଚାର କରୁଛନ୍ତି । ସେହିପରି ଅମିତ ଶାହାଙ୍କ ପରେ ପରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା । ଷ୍ଟାର କ୍ୟାମ୍ପେନର ଭାବେ ନଡ୍ଡାଙ୍କୁ ମନୋନୀତ କରିଯିବା ପରେ ଏହା ତାଙ୍କର ଓଡିଶାକୁ ପ୍ରଥମ ନିର୍ବାଚନୀ ଗସ୍ତ । ଆସନ୍ତା ୨୮ ତାରିଖରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବ୍ରହ୍ମପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି ଜନତାଙ୍କୁ ଭୋଟ ଅପିଲ କରିବେ । ଉଭୟ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା କର୍ମକର୍ତ୍ତାଙ୍କ ସହ ଆଲୋଚନା କରି କିଭଳି ୨୦୨୪ ନିର୍ବାଚନରେ ଦଳ ବହୁମତ ହାସଲ କରିବ ସେନେଇ ଟିପ୍ସ ଦେବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *