ଜୟପୁରରେ ରବି-ତାରା ମୁହାଁମୁହିଁ

ଜୟପୁରରେ ରବି-ତାରା ମୁହାଁମୁହିଁ

ନିର୍ବାଚନ ପାଇଁ ଜୋର ଧରିଲାଣି ପ୍ରାର୍ଥୀଙ୍କ ପ୍ରଚାର । ସରଗରମ ହେଉଛି ଜୟପୁରର ରାଜନୀତି । ନିର୍ବାଚନ ପୂର୍ବରୁ ଦୁଇ ପ୍ରୁଖ ନେତାଙ୍କ ବୟାନ ବାଜିକୁ ନେଇ ଆରମ୍ଭ ହୋଇଯାଇଛି କନ୍ଦଳ । ମୁହାଁମୁହିଁ ହୋଇଛନ୍ତି ତାରା ବାହିନୀପତି ଓ ରବି ନନ୍ଦ । ପେପର ମିଲ ସମସ୍ୟାକୁ ନେଇ ଏହି ଦୁଇ ନେତାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଗତକାଲି ଜୟପୁରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡିର କିଛି କର୍ମୀ କଂଗ୍ରେସରେ ଓ କଂଗ୍ରେସର କିଛି କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏହି ସମୟରେ ଉଭୟ ଉଭୟଙ୍କୁ କଟାକ୍ଷ କରିଥିଲେ । ରବି ନନ୍ଦ ସେଠାକାର ବିଧାୟକ ତାରା ବାହିନୀପତିଙ୍କୁ ଆକ୍ଷେପ କରି କିଛି ମନ୍ତବ୍ୟ ରଖିଥିଲେ ଯାହାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଥିଲା । ଚଳିତ ନିର୍ବାଚନରେ କଂଗ୍ରେସରୁ ତାରା ବାହିନୀପତି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ରବି ନନ୍ଦଙ୍କ ବଦଳରେ ତାଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି ।

author

Related Articles

Leave a Reply

Your email address will not be published. Required fields are marked *