ଦୀପାଳିଙ୍କ ରଣନୀତି, ହାରିବ ବିଜେପି !

ଦୀପାଳିଙ୍କ ରଣନୀତି, ହାରିବ ବିଜେପି !

ପାଖେଇ ଆସୁଛି ଗଣତନ୍ତ୍ରର ସବୁଠୁ ବଡ ପର୍ବ ନିର୍ବାଚନୀ ପର୍ବ । ଉଷ୍ମ ହେଉଛି ରାଜନୈତିକ ମାହୋଲ । ହଁ ଦର୍ଶକବନ୍ଧୁ ସ୍ୱର୍ଗତ ନବଦାସଙ୍କ ଗଡ ହେଉଛି ଝାରସୁଗୁଡା । ତାଙ୍କ ଅନ୍ତେ ତାଙ୍କ ଝିଅ ଦୀପାଳି ଦାସ ଉପନିର୍ବାଚନ ଜରିଆରେ ଝାରସୁଗୁଡାର ରାଜନୈତିକ ଭାର ସମ୍ଭାଳିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ପୁଣିଥରେ ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଇଛି ଏବଂ ବାପାଙ୍କ ଗଡ ରଖିବାକୁ ଝାରସୁଗୁଡାରେ ଆରମ୍ଭ ହୋଇଯାଇଛି ଦୀପାଳିଙ୍କ ପ୍ରଚାର । ବାପାଙ୍କ ନାଁ ନେଇ ଭୋଟ ମାଗୁଛନ୍ତି ଦୀପାଳି ଦାସ । ଅନ୍ୟପଟେ ବିଜେପିରୁ ତାଙ୍କୁ ଟକ୍କର ଦେବେ ଟଙ୍କଧର ତ୍ରିପାଠୀ । ଦୀପାଳିଙ୍କ ଗଡ ଭାଙ୍ଗିବା ପାଇଁ ନିଜର ଜୋରଦାର ପ୍ରଚାର ଆରମ୍ଭ କରିଦେଲେଣି ଟଙ୍କଧର । ଶଙ୍ଖ ଗଡରେ ଫୁଟିପାରେ ପଦ୍ମ । କାହିଁକିନା ରାଜ୍ୟରେ ଯେଉଁଭଳି ଭାବେ ବିଜେପିର ଶକ୍ତି ବୃଦ୍ଧି ପାଉଛି ଏବଂ ବିଜେଡି ଛାଡି ନେତାମାନେ ବିଜେପିରେ ମିଶୁଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ କଣ ହେବ ଓଡିଶାର ରାଜନୈତିକ ଗଣିତ ତାହା ସମୟ କହିବ । ଝାରସୁଗୁଡାରେ ବଢୁଛି ବିଜେପିର ଶକ୍ତି । ଉପନିର୍ବାଚନରେ ପରାଜୟର ସ୍ୱାଦ ଚାଖିଥିବା ଟଙ୍କଧର ଆଗାମୀ ସାଧାରଣ ନିର୍ବାଚନରେ ବିଜୟ ଟିକା ପିନ୍ଧିବା ଆସାରେ । ଅନ୍ୟପଟେ ବାପାଙ୍କ ଗଡ ରଖିବାକୁ ଦୀପାଳି ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ଆଗାମୀ ସାଧାରଣ ନିର୍ବାଚନରେ କଣ ହେବ ଦୀପାଳିଙ୍କର ରାଜନୈତିକ ଭବିଷ୍ୟତ ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *