ଆହୁରି ୪ ଦିନ ଜାଳିବ ଓଡିଶା

ଆହୁରି ୪ ଦିନ ଜାଳିବ ଓଡିଶା

ସକାଳୁ କଲବଲ କରୁଛି ତାତି । ସକାଳ ସାଢେ ୮ଟାରେ ବି ଘରୁ ବାହରିବା ସମ୍ଭବ ହେଉନି । ପ୍ରଚଣ୍ଡ ଖରା ସହ ଅସହ୍ୟ ତାତି କାରଣରୁ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଆଉ ଏହି ପ୍ରଭାବ ଆଗାମୀ ୪ଦିନ ଯାଏଁ ଜାରି ରହିବ ବୋଲି ସୂଚନା ମିଳିଛି । ଆସନ୍ତା ୩୦ ତାରିଖ ଯାଏଁ ଏହି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ତେବେ ଏଥପାଇଁ ଉତ୍ତର ଓଡିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ଆଗାମୀ ୨୪ ଘଣ୍ଟା ପାଇଁ ମୟୁରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡା, ଅନୁଗୁଳ, ଯାଜପୁର ଏବଂ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *