କେବେ ଆସିବ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ?

କେବେ ଆସିବ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ?

ପାଖେଇଲାଣି ନିର୍ବାଚନ ହେଲେ ସରୁନି ତିନି ରାଜନୈତିକ ଦଳମାନଙ୍କ ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା । ବିଜେପିର 15ଟି ଆସନ ଓ ବିଜେଡିର 6ଟି ଏବଂ କଂଗ୍ରେସର 9ଟି ଆସନରେ ପ୍ରାର୍ଥୀ ଦେଇନାହାନ୍ତି ଦଳ । ଖୁବ୍ ଶୀଘ୍ର ବାକି ଥିବା ଆସନରେ ପ୍ରାର୍ଥୀ ଘୋଷଣା କରିପାରନ୍ତି ତିନି ଦଳ । ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ ଲୋକସଭାର ଖଣ୍ଡପଡ଼ା, ଭୁବନେଶ୍ୱର ଲୋକସଭାର ବେଗୁନିଆ, ଖୋର୍ଦ୍ଧାରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି ଶେଷ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ଯାଜପୁରର କୋରେଇ, ବାଲେଶ୍ୱରର ଭୋଗରାଇ, ନୀଳଗିରି ବିଧାନସଭା ପାଇଁ ଟିକେଟ୍ ଘୋଷଣା ବାକି ରହିଛି । ଏହାସହିତ ଅନେକଗୁଡିଏ ଆସନରେ ତିନି ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *