ବିଧାୟକ ହେବେ ଭିକେ ପାଣ୍ଡିଆନ !

ବିଧାୟକ ହେବେ ଭିକେ ପାଣ୍ଡିଆନ !

ବିଧାୟକ ହେବେ ଭିକେ ପାଣ୍ଡିଆନ । ହଁ ଦର୍ଶକବନ୍ଧୁ, ଏଭଳି କିଛି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ମୁଣ୍ଡ ଟେକିଛି । ଯେବେ ଠାରୁ ବିଜେଡି ତାର ଷ୍ଟାର ପ୍ରଚାରକ ଲିଷ୍ଟ ଘୋଷଣା କରିଛି ସେବେ ଠାରୁ ଏଭଳି କିଛି ଆଲୋଚନା ରାଜନୈତିକ ମହଲରେ ଚାଲିଛି । କାରଣ ବିଜେଡିର ଷ୍ଟାର ପ୍ରଚାରକ ଲିଷ୍ଟରେ ଶୀର୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଥିବା ବେଳେ ଦ୍ୱିତୀୟରେ ଭି କେ ପାଣ୍ଡିଆନ ରହିଥିଲେ । ଅନ୍ୟପଟେ ନବୀନ ମଧ୍ୟ ଗତ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ୨ ୨ଟି ଆସନରେ ପ୍ରାର୍ଥୀ ହୋଇଛନ୍ତି । ନବୀନ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିବା ବେଳେ କଣ୍ଟାବାଞ୍ଜିରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ନେଇ ବିରୋଧୀ କହୁଛନ୍ତି ଯେ, ନବୀନ ପାଣ୍ଡିଆନଙ୍କ ପାଇଁ ରାସ୍ତା ସଫା କରୁଛନ୍ତି । ଯଦି ନବୀନ ଦୁଇଟି ଯାକ ଆସନରେ ବିଜୟ ଲାଭ କରନ୍ତି ତେବେ ସେ ହିଞ୍ଜିଳି ଦାୟିତ୍ୱ ନେବା ସହ ଅନ୍ୟ ନିର୍ବାଚନମଣ୍ଡଳୀର ଦାୟିତ୍ୱ ପାଣ୍ଡିଆନଙ୍କୁ ଦେବେ ବୋଲି । ତେବେ ଏଭଳି କିଛି ଆକଳନ କରିବା ପଛରେ କିଛି ସତ୍ୟତା ମଧ୍ୟ ରହିଛି । କାରଣ ନିଜ ଚାକିରୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ପାଣ୍ଡିଆନ ବିଜେଡିରେ ବିଧିବିଦ୍ଧ ଭାବେ ଯୋଗ ଦେଇଥିଲେ । ଯାହା ପରେ ସେ କହିଥିଲେ ଯେ, ସେ ନିର୍ବାଚନ ଲଢିବେନି । କିନ୍ତୁ ଦଳରେ ରହି ଲୋକଙ୍କ ସେବା କରିବେ । ଆଉ ଏବେ ନବୀନ ପାଣ୍ଡିଆନଙ୍କୁ ନେଇ ଯେଉଁ ମାଷ୍ଟରପ୍ଲାନ କରୁଛନ୍ତି ତାହା ଧୀରେ ଧୀରେ ସାମ୍ନାକୁ ଆସୁଛି । ତେବେ ସାଧାରଣରେ ଏଭଳି କିଛି ମଧ୍ୟ ଚର୍ଚ୍ଚା ହେଉଛି ଯେ , ନବୀନଙ୍କ ପରେ ପାଣ୍ଡିଆନ ହିଁ ବିଜେଡିର ନୂଆ ମୁଖିଆ ହୋଇପାରନ୍ତି । ତେବେ ଦେଖାଯାଉ ପାଣ୍ଡିଆନଙ୍କୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା କେବେ ସତରେ ପରିଣତ ହେଉଛି ଏବଂ ନବୀନ ପାଣ୍ଡିଆନଙ୍କୁ କେଉଁ ଆସନର ଦାୟିତ୍ୱ ଦେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *